ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୨ ବର୍ଷ ମଧ୍ୟରେ ଦେଶର ତୃତୀୟ ବୃହତ କାଜୁ ଉପôାଦନକାରୀ ରାଜ୍ୟ ଓଡ଼ିଶାର କାଜୁ ଉପôାଦନ ୩୭% ବଢ଼ି ୧ ଲକ୍ଷ ୨୫ ହଜାର ଟନ ଛୁଇଁବ । ଏବେ ରାଜ୍ୟରୁ ୯୧,୨୨୦ ହଜାର ଟନ୍ କାଜୁ ଉପôାଦନ ହେଉଛି । ରାଜ୍ୟ ଉଦ୍ୟାନ କୃଷି ନିଦେ୍ର୍ଧଶକ ବିଜୟ କେତନ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି ।
ଭାରତୀୟ କାଜୁ ରପ୍ତାନି ପ୍ରୋତ୍ସାହନ ପରିଷଦ (ସିଇପିସିଆଇ) ପକ୍ଷରୁ ଭୁବନେଶ୍ୱରରେ ଦେଶର ପ୍ରଥମ ଆଞ୍ଚଳିକ କାର୍ଯ୍ୟାଳୟ ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଶ୍ରୀ ଉପାଧ୍ୟାୟ ଏହା କହିଛନ୍ତି । ସିଇପିସିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟକୁ କେନ୍ଦ୍ର ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉଦ୍ଘାଟନ କରିଛନ୍ତି ।
ଉଦ୍ୟାନ କୃଷି ନିଦେ୍ର୍ଧଶକ କହିଛନ୍ତି, ଏବେ ଓଡ଼ିଶାର ୧ ଲକ୍ଷ ୪୫ ହଜାର ହେକ୍ଟର ଜମିରେ କାଜୁ ଚାଷ କରାଯାଉଛି । ଗତ ୨ ବର୍ଷ ମଧ୍ୟରେ ଏହି ଚାଷ ଜମିରେ ୧୬,୦୦୦ ହେକ୍ଟର ନୂଆ ଜମି ଯୋଡ଼ାଯାଇଛି । ଏହି କାଜୁ ବଗିଚାଗୁଡ଼ିକରୁ ଏବେ ମୋଟ ୯୧,୨୨୦ ଟନ୍ କାଜୁ ଉପôାଦନ ହେଉଛି । ଚଳିତ ବର୍ଷ ରାଜ୍ୟର ଆଉ ୨୨,୦୦୦ ହେକ୍ଟର ଜମିରେ କାଜୁ ଚାଷ ପାଇଁ ନିଷ୍ପତ୍ତି ନିଆଯାଇଛି । ଫଳରେ ଆଗାମୀ ୨ ବର୍ଷ ମଧ୍ୟରେ ଓଡ଼ିଶାର କାଜୁ ଉପôାଦନ ବୃଦ୍ଧି ଘଟି ୧ ଲକ୍ଷ ୨୫ ହଜାର ହେକ୍ଟରରେ ପହଞ୍ଚିବ ବୋଲି ସେ କହିଛନ୍ତି ।
ସେହିପରି ଶ୍ରୀ ଉପାଧ୍ୟାୟ କହିଛନ୍ତି, ଏବେ ଓଡ଼ିଶାରେ ୩୫୦ଟି କାଜୁ ପ୍ରକ୍ରିୟାକରଣ ୟୁନିଟ୍ ରହିଛି । ତେବେ ସିଇପିସିଆଇ ପକ୍ଷରୁ ଆଜି ଭୁବନେଶ୍ୱରରେ ଖୋଲାଯାଇଥିବା ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟରେ କାଜୁକୁ ମୂଲ୍ୟଯୁକ୍ତ କରି ରପ୍ତାନି ପାଇଁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।
କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳ ଆର୍ଥିକ ବିକାଶରେ କାଜୁ ଚାଷ ଏକ ପ୍ରମୁଖ ଭୂମିକା ତୁଲାଇପାରିବ । କାଜୁ ଚାଷୀମାନେ ଏହାକୁ ମୂଲ୍ୟଯୁକ୍ତ କରି ବିଦେଶକୁ ରପ୍ତାନି କରିବାର ବହୁ ସୁଯୋଗ ରହିଛି । ସିଇପିସିଆଇ ଏ ଦିଗରେ ବେଶ୍ ସହାୟକ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସିଇପିସିଆଇ ଅଧ୍ୟକ୍ଷ ଆର୍ କେ ଭୁଦେଶ, ଉପାଧ୍ୟକ୍ଷ ଡ. ନୁରଦିନ୍ ଅବଦୁଲ, ଡିସିସିଡି ନିଦେ୍ର୍ଧଶକ ଡ. ଭେଙ୍କଟେଶ ଏନ୍ ହୁବଲି, ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ଓଡ଼ିଶା କାଜୁ ଉପôାଦନ ସଂଘ ଉପଦେଷ୍ଟା ଜଗମୋହନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.