ଭୁବନେଶ୍ୱର,(ବି.ବି.ବୁ୍ୟରୋ):ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏଥିରେ ବିପୁଳ ମାତ୍ରାରେ ନିବେଶ କରିବା ପାଇଁ ରାଜ୍ୟ ସରକାର ସମ୍ଭାବ୍ୟ ନିବେଶକଙ୍କୁ ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ୟୁନିଟ୍ ସ୍ଥାପନ କରିବା କ୍ଷେତ୍ରରେ ସରକାର ନିବେଶକ ତଥା ଉଦ୍ୟୋଗପତିମାନଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି ଶିଳ୍ପ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି ।
ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଏବଂ ନିବେଶ ନିଗମ(ଇପିକଲ୍) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶ୍ର ଏହା କହିଛନ୍ତି । ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଥିବା ସୁଯୋଗର ଲାଭ ଉଠାଇବା ପାଇଁ ସେ ସମ୍ଭାବ୍ୟ ନିବେଶକ ଏବଂ ଅଂଶୀଦାରମାନଙ୍କୁ ଅନୁରୋଧ କରିଛନ୍ତି ।
ମିଶ୍ର କହିଛନ୍ତି ଯେ, ରାଜ୍ୟର ଅନ୍ୟତମ ବିକାଶମୁଖୀ କ୍ଷେତ୍ର ହେଉଛି ଖାଦ୍ୟ ପ୍ରକ୍ରିୟାକରଣ । ଏହି କ୍ଷେତ୍ରରେ ବହୁ ମାତ୍ରାରେ ଅଭିବୃଦ୍ଧି ସମ୍ଭାବନା ରହିଛି । ଖାଦ୍ୟ ପ୍ରକ୍ରିୟାକାରଣ କ୍ଷେତ୍ରରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରି ଅଧିକରୁ ଅଧିକ ପୁଞ୍ଜି ନିବେଶ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରରେ ଏହି ବିଭାଗ ଆଗକୁ ବଢିଚାଲିଛି । ଏଣୁ ଶିଳ୍ପଦ୍ୟୋଗୀମାନେ ଏହାର ଫାଇଦା ନେଇ ଓଡ଼ିଶାରେ ନିବେଶ କରିବା ପାଇଁ ଆଗକୁ ବଢନ୍ତୁ ବୋଲି ମିଶ୍ର କହିଛନ୍ତି ।
୨୦୨୦ ସୁଦ୍ଧା ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଆକାର ୫୩୦ ବିଲିୟନ ଡଲାର ବା ପାଖାପାଖି ୩୭ ଲକ୍ଷ ୬୩୦୦୦ କୋଟି ଛୁଇଁବ । ଏଭଳି କ୍ଷେତ୍ରରେ ଓଡ଼ିଶା ପୂର୍ବ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ହବ୍ ହୋଇପାରିବ । ଏଠାରେ ଉକ୍ତ ଇକୋସିଷ୍ଟମ୍ ରହିଛି, ଯେଉଁଥିପାଇଁ ଏଠାରେ ନିବେଶ କରିବା ପାଇଁ କମ୍ପାନିଗୁଡିକ ଆଗକୁ ଆସିବା ଦରକାର ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମିଶ୍ର କହିଛନ୍ତି ।
ଓଡ଼ିଶାରେ ପ୍ରାକୃତିକ ସମ୍ବଳ ଭରି ରହିଛି । ସୁଦୀର୍ଘ ନଦୀ ତଟରେଖା ଏବଂ ବିଭିନ୍ନ ପ୍ରକାର କୃଷି ଉପôାଦ, ଫଳମୂଳ, ପନିପରିବା ଏବଂ ସାମୁଦ୍ରିକ ଉପôାଦ ପାଇଁ ପାଣିପାଗ ଅନୁକୂଳ ରହିଛି । ଏହାର ଲାଭ ଉଠାଇବା ପାଇଁ ମିଶ୍ର ନିବେଶକମାନଙ୍କୁ ପରାମର୍ଶ ଦେଇଛନ୍ତି । ଆସନ୍ତା ବର୍ଷ ବେଳକୁ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁକ୍ତରାଷ୍ଟ୍ର ଆମେରିକାର ସମକକ୍ଷ ହେବାକୁ ଯାଉଥିବା ସେ କହିଛନ୍ତି ।
ରାଜ୍ୟରେ ଏକ ଉତ୍ତମ ତଥା ଉଦ୍ୟୋଗୀ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକରଣ ନୀତି ରହିଛି, ଯାହାକି ଓଡ଼ିଶାକୁ ଏକ ପସନ୍ଦଯୋଗ୍ୟ ନିବେଶସ୍ଥଳର ପରିଚୟ ଦେଇଛି । ଏହା ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, କଞ୍ଚାମାଲ ଉପଲବ୍ଧତା, ୧୦ ପ୍ରକାର କୃଷି ଜଳବାୟୁ ଅଞ୍ଚଳ, ବିଶାଳ କୃଷି ଭିତ୍ତିଭୂମି ତଥା ଚାଷଜମି, ସମୁଦ୍ରଜାତ ଖାଦ୍ୟ, ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ଏବଂ ଆସିଆନ୍ ଅଞ୍ଚଳକୁ ସହଜ ସଂଯୋଗ ବ୍ୟବସ୍ଥା ଯୋଗୁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଏକ ପ୍ରମୁଖ ନିବେଶସ୍ଥଳ ପାଲଟିଛି । ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସାମୁଦ୍ରିକ ଖାଦ୍ୟ ପାଇଁ ଆବଶ୍ୟକ ସବୁପ୍ରକାର ଉପାଦାନ ଓଡ଼ିଶାରେ ରହିଛି । ଓଡ଼ିଶାରେ ନିବେଶ କରିବା ପାଇଁ ରାଜ୍ୟ ସରକାର ଅନେକ ସବ୍ସିଡି ଯୋଗାଇ ଦେଉଥିବା ଶ୍ରୀଯୁକ୍ତ ଶର୍ମା କହିଛନ୍ତି ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଠା ଜଳସେଚନ ନିଗମ ପରିଚାଳନା ନିଦେ୍ର୍ଧଶକ ଅର୍ଚ୍ଚନା ପ;ନାୟକ, ଇପିକଲ୍ ପରିଚାଳନା ନିଦେ୍ର୍ଧଶକ ନିତିନ ବି. ଜାୱଳେ, ଉଦ୍ୟାନ କୃଷି ନିଦେ୍ର୍ଧଶକ ବିଜୟ କେତନ ଉପାଧ୍ୟାୟ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ୱାଳ, ଶିଳ୍ପ ନିଦେ୍ର୍ଧଶାଳୟର ଅତିରିକ୍ତ ନିଦେ୍ର୍ଧଶକ ଏସ୍. କେ. ହୋତା ପ୍ରମୁଖ ଯୋଗ ଦେଇଥିଲେ ।
ଇପିକଲ୍ର ପରିଚାଳନା ନିଦେ୍ର୍ଧଶକ ନିତିନ ଭାନୁଦାସ ଜାୱଳେ ଏହି ଅବସରରେ ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ ନୀତି ସମ୍ପର୍କରେ ଆଲୋକପାତ କରି ଖାଦ୍ୟ ପ୍ରକ୍ରିୟାକରରଣ ଶିଳ୍ପ ଦେଶର ଦୁଇଟି ଅର୍ଥନୈତିକ ବ୍ୟବସ୍ଥା ଯଥା ଶିଳ୍ପ ଏବଂ କୃଷି ମଧ୍ୟରେ ଏକ ସେତୁ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି କହିଥିଲେ ।
ଖାଦ୍ୟ ପ୍ରକ୍ରିୟାକରଣ ଉପକ୍ଷେତ୍ର ଯେପରି କୁକୁଟ ପାଳନ, ଫଳଚାଷ, ପନିପରିବା, ମସଲ ଉପôାଦନ ଏବଂ ଖାଦ୍ୟ ଉପôାଦଗୁଡିକର ପ୍ୟାକେଜିଂ କ୍ଷେତ୍ରରେ ପୁଞ୍ଜିନିବେଶ ସୁଯୋଗ ରହିଥିବା ସେ କହିଛନ୍ତି ।
ଓଡ଼ିଶାରେ ସଫଳତାପୂର୍ବକ ଉଦ୍ୟୋଗ ଚଳାଉଥିବା ଓମ୍ ଅଏଲ୍ ଆଣ୍ଡ୍ ଫୁଡ୍ର ଅଧ୍ୟକ୍ଷ ଶରତ କୁମାର ସାହୁ, ବି-ୱାନ୍ ବିଜ୍ନେସ୍ ହାଉସ୍ର ବାଣିଜ୍ୟ ନିଦେ୍ର୍ଧଶକ ରାଜେନ୍ ପାଢ଼ୀ, ହିନ୍ଦୁସ୍ତାନ କୋକାକୋଲା ବେଭରେଜ୍ର କ୍ଲଷ୍ଟର ମୁଖ୍ୟ ରମନ ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.