ଓଡ଼ିଶା ଗସ୍ତରେ ଅମିତ ଶାହ

Get real time updates directly on you device, subscribe now.

ଭୁବନେଶ୍ୱର : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କାଲିଠାରୁ ଦୁଇ ଦୁନିଆ ଓଡ଼ିଶା ଗସ୍ତରେ ଆସିବେ। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବୈଠକରେ ଯୋଗଦେବା ସହ ଦଳୀୟ କାର୍ୟ୍ୟକ୍ରମରେ ଯୋଗଦେବେ ଅମିତ ଶାହା। ଭୁବନେଶ୍ବର ଜନତା ମଇଦାନରେ ଦଳର ସିଏଏ ସପକ୍ଷ ସମାବେଶରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ ଅମିତ ଶାହ। ଏହାସହ ସଂଧ୍ୟାରେ ଦଳର କର୍ମକର୍ତ୍ତାକୁ କର୍ଣ୍ଣମନ୍ତ୍ର ଦେବେ । ସେପଟେ ଶାହାଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି । ଯାହାର ଜବାବ ରଖିଛି ବିଜେପି। ଟ୍ଟ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା। ସିଏଏ ସଂପର୍କରେ ବୁଝାଇବେ। ଭୁବନେଶ୍ବର ଜନତା ମଇଦାନରେ ବିଜେପିର ସିଏଏ ସପକ୍ଷରେ ଦଳୀୟ ସମାବେଶକୁ ସମ୍ବୋଧନ କରିବେ। ଏହାସହ ଦଳୀୟ କର୍ମୀଙ୍କ କାନରେ ଫୁଙ୍କିବେ ମନ୍ତ୍ର। ଏଥିପାଇଁ ବିଜେପି ଶିବିର ବେଶ ଚଳଚଞ୍ଚଳ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ସଭାସ୍ଥଳରେ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ।
କାଲି ସକାଳ ୧୦ଟାରେ ଭୁବନେଶ୍ବରରେ ପହଞ୍ଚିବେ ଅମିତ ଶାହା। ଲୋକସେବା ଭବନରେ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗ ଦେବାପରେ ଅପରାହ୍ନରେ ଜନତା ମଇଦାନରେ ଆୟୋଜିତ ସିଏଏ ସପକ୍ଷ ସମାବେଶକୁ ସମ୍ବୋଧନ କରିବେ। ସନ୍ଧ୍ୟା ୬ଟାରୁ ହୋଟେଲ ମେ ଫେୟାରରେ ଆରମ୍ଭ ହେବ ବିଜେପିର ଦଳୀୟ କର୍ମକର୍ତ୍ତାଙ୍କ ବୈଠକ।
ସଙ୍ଗଠନ ସଂରଚନା ଓ ଦଳୀୟ ରଣନୀତି ନେଇ ବିଜେବିର ବରିଷ୍ଠ କନିଷ୍ଠ ନେତାଙ୍କୁ ମନ୍ତ୍ର ଦେବେ । ପୁରୀରେ ରାତ୍ରିଯାପନ କରିବେ, ଶନିବାର ସକାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଏହାପରେ ଭୁବନେଶ୍ବର ଫେରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ।
ଶାହଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜନୈତିକ ଦଳ ଭିତରେ ବୟାନବାଜି ଆରମ୍ଭ ହୋଇ ଯାଇଛି। କଂଗ୍ରେସ ଶାହଙ୍କ ଗସ୍ତକୁ କଟାକ୍ଷ କରି କହିଛି ସିଏଏକୁ ନେଇ ଦିଲ୍ଲୀ ଜଳୁଛି, ଅମିତ ଶାହ ଆଗ ଦିଲ୍ଲୀ ଲୋକଙ୍କ କଥା ବୁଝନ୍ତୁ।
ଶାହଙ୍କ ଓଡ଼ିଶା ଗସ୍ତବେଳେ ରାଜ୍ୟସଭା ସିଟ୍‌ ନେଇ ଡିଲ୍‌ ହୋଇପାରେ ବୋଲି ଆରୋପ ଲଗାଇଛି କଂଗ୍ରେସ। ବିଜେଡି କହିଛି ଓଡ଼ିଶା ଲୋକଙ୍କୁ ସିଏଏ ନେଇ ବୁଝାଇବାର ଆବଶ୍ୟକତା ନାହିଁ।
ସିଏଏ ଲାଗୁ କରିବା ପୂର୍ବରୁ ବୁଝାଇଥିଲେ ଦେଶରେ ହଂସା ହୋଇନଥାନ୍ତା ବୋଲି ବିଜେଡି କହିଛି । ବିଜେପି କହିଛି କଂଗ୍ରେସ ସିଏଏକୁ ନେଇ ଦେଶରେ ଅରାଜକତା ସୃଷ୍ଟି ପାଇଁ ଚେଷ୍ଟା କରୁଛି।
ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାବେଳେ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ଅମିତ ଶାହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ତେବେ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତିରେ ଏବେ ଶାହାଙ୍କ ଗସ୍ତ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons