ଭୁବନେଶ୍ୱର,(ବି.ବି.ନୁ୍ୟଜ): ୭ମ ଶିଶୁପାଳଗଡ଼ ମହୋତ୍ସବ-୨୦୨୧ ଶନିବାର ଭୁବନେଶ୍ୱର କଳ୍ପନା ଛକ ନିକଟରେ ଥିବା ଏକ ହୋଟେଲରେ ଉଦ୍ଘାଟିତ ହୋଇଯାଇଛି । କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକ୍)ର ଅଧ୍ୟକ୍ଷ ତଥା ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ୱରେ ଅନୁÂିତ ମହୋତ୍ସବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟବକ୍ତା, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ସ୍ୱତନ୍ତ୍ର ଅତିଥି ଓ ସମ୍ମାନୀତ ଅତିଥି ଭାବେ ‘ଓଡ଼ିଶା ମୋ ପରିବାର’ର ଅଧ୍ୟକ୍ଷ ଅରୂପ ମୋହନ ପଟ୍ଟନାୟକ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କାର୍ଯକ୍ରମକୁ ଉଦ୍ଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅବସରରେ କଣ୍ଠଶିଳ୍ପୀ ବବି ରାଜ, ଶର୍ମିÂା ଓ ଶିବୁନ ପ୍ରସାଦଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ଭୁବନେଶ୍ୱର ସାଇ କଳା ପରିଷଦ ଛାତ୍ରୀଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଯାହା ବେଶ୍ ମନଛୁଆଁ ହୋଇଥିଲା । ଦେଶଭକ୍ତିର ଝଲକ ନୃତ୍ୟାଙ୍ଗନାମାନଙ୍କ ଘୁଙ୍ଗୁରର ତାଳେ ତାଳେ ଫୁଟି ଉଠିଥିଲା । ମୁଖ୍ୟତଃ ଉ+ଳର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ବାବଦରେ ଉପସ୍ଥିତ ଅତିଥି ଆଲୋକପାତ କରିଥିଲେ । ଶିଶୁପାଳଗଡ଼ ଐତିହ୍ୟ ସଂରକ୍ଷଣ ଉପରେ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉ ନଥିବା ନେଇ ଅଧ୍ୟକ୍ଷ ପାଇକରାୟ ଉପସ୍ଥିତ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ଅବସରରେ ବାର୍ଷିକ ସ୍ମରଣିକା ଶିଶୁପାଳଗଡ଼, ‘ଦି ଲଷ୍ଟ ସିଟି’ ଉନ୍ମୋଚିତ ହୋଇଥିଲା । ସାହିତି୍ୟକ ଓ ଔପନ୍ୟାସିକ ଡ. ବିଭୁତି ପଟ୍ଟନାୟକଙ୍କୁ ଶିଶୁପାଳଗଡ଼-୨୦୨୧ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହିତ କବି ଡ.ହୁସେନ ରବି ଗାନ୍ଧି, ସାମାଜିକ ଅନୁÂାନ ‘ଓଡ଼ିଶା ମୋ ପରିବାର’, ‘ସମର୍ପିତ ଓଡ଼ିଶା’, ‘ନିଃସ୍ୱାର୍ଥ ସେବା ଓଡ଼ିଶା’, ‘ମିଶନ ରକ୍ତଦାନ’, ‘ବ୍ରଦରହୁଡ ଗ୍ଲୋବାଲ ଫାଉଣ୍ଡେସନ’, ରେକର୍ଡଧାରୀ ଯୁବ ରକ୍ତଦାତା ଗୌରୀ ପ୍ରସାଦ ଦାଶ, ଜାତୀୟ ପୁରସ୍କାରପ୍ରାପ୍ତ ପଟ୍ଟଚିତ୍ରଶିଳ୍ପି ବିଜୟ ପରିଡା, ସମାଜସେବୀ ଅମରେନ୍ଦ୍ର ଗରାବଡ଼ୁ ଏବଂ ଓଡ଼ିଶୀ ନୃତ୍ୟଗୁରୁ ପୁଷ୍ପାଞ୍ଜଳି ନାୟକଙ୍କୁ କାପୋକ୍ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
କାପୋକ ସଂପାଦକ ଚିତ୍ତ ରଞ୍ଜନ ମହାନ୍ତିି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡ. ମୃତୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାପୋକ୍ ସଦସ୍ୟ ରବିନ୍ଦ୍ର କୁମାର ପାତ୍ର, ସୁବାସ କୁମାର ସୁନ୍ଦରାୟ, ସୁବ୍ରତ ପାଇକରାୟ, ରଶ୍ମୀରଞ୍ଜନ ଶ୍ରୀଚନ୍ଦନ, ବାମଦେବ ଗଜେନ୍ଦ୍ର, ବିଷ୍ଣୁ ରାଉତ, ଲଲାଟ ସାହୁ, ମାନସ ରଥ, ପ୍ରଦୀପ୍ତ ମହାନ୍ତି, ବିଶ୍ୱରଞ୍ଜନ ପାଇକରାୟ, ମିଥୁନ ନାୟକ, ଦୀଲ୍ଲିପ ନାୟକ, ସବ୍ୟସାଚୀ ପାଇକରାୟ, ସଂଘମିତ୍ରା ଦାସଙ୍କ ସହ ବହୁଂଖ୍ୟକ ‘କାପୋକ୍’ ସଦସ୍ୟ ସହଯୋଗ କରିଥିଲେ ।
 
			 
						

Comments are closed, but trackbacks and pingbacks are open.