ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ପକ୍ଷରୁ ୭ଦପାଂ ଦାବି କରି ଜିଲ୍ଲା ଶ୍ରମ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର
ଜଗତସିଂହପୁର/ନାଉଗାଁ, (ବି.ବି.ନୁ୍ୟଜ୍):ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ପକ୍ଷରୁ ୭ଦପାଂ ଦାବି କରାଯାଇ ଜଗତସିଂହପୁର ଜିଲ୍ଲା ଶ୍ରମ ଅଧିମାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ନେତୃତ୍ବରେ ଓଡିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ, ପଣ୍ଡିତ ଦୀନ ଦୟାଲ ଶ୍ରମିକ ସଂଘ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ସଂଘର କର୍ମକର୍ତ୍ତା ତଥା କେଶବ ଚରଣ ଦାସ, ପ୍ରଦୀପ୍ତ କୁମାର ନାୟକ, ତିଳୋତ୍ତମା ଦାସ, ଶିଶିର କୁମାର ପରିଡା, ଜନ୍ମଜୟ ପ୍ରସାଦ ସାହୁ, ବାବାଜୀ ମାହାନ୍ତି, ରଶ୍ମୀ ରଂଜନ ସେଠୀ, ରଶ୍ମୀ ଭଂଜନ ସ୍ବାଇଁ ପ୍ରମୁଖ ଅନେକ ସ୍ଥାନୀୟ ଯୋଗଧାରୀ ସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ୭ଦପାଂ ଦାବି ନେଇ ବିକ୍ଷୋଭ କରିଥିଲେ। ସେହି ୭ଦପାଂ ଦାବି ମଧ୍ୟରେ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ମାସକୁ ୧୫ଶହ ଟଙ୍କା ଲେଖାଏଁ ୩ମାସର ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା, ରେନ୍ୟୁଆଲ କରିନଥିବା ପଂଜିକୃତ ଶ୍ରମିକଙ୍କୁ ମଧ୍ୟ ୧୫ଶହ ଟଙ୍କା ଲେଖାଏଁ ୩ମାସ ପାଇଁ ପ୍ରଦାନ କରିବା, ନିର୍ମାଣ ଶ୍ରମିକଙ୍କ ବୟଷ ସୀମା ୬୦ ବର୍ଷ କୋହଳ କରାଯାଇ ଅର୍ଥିକ ସହାୟତା ସହିତ ମୃତ୍ୟୁ ଜାଳିନ ସହାୟତା ପ୍ରଦାନ କରିବା, କାର୍ୟ୍ୟାଳୟରେ ନୁଆ ପଂଜିକୃତ ପାଇଁ ପଡି ରହିଥିବା ଦରଖାସ୍ତ ଗୁଡିକୁ ତୁରନ୍ତ ପଂଜିକୃତକୁ ତ୍ବରାନ୍ନିତ କରିବା ଇତ୍ୟାଦି ୭ଦପାଂ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶେଷରେ ଏହି ୭ଦପାଂ ସମ୍ପର୍କିତ ଦାବି ପତ୍ରକୁ ଜିଲ୍ଲା ଶ୍ରମଅଧିକାରୀ ବାବା ଆନନ୍ଦ ଦାଶଙ୍କ ଜରିଆରେ ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।
Comments are closed, but trackbacks and pingbacks are open.