ଓଡିଶା ବିଧାନସଭା ବଜେଟ୍ ଅଧିବେଶନ ଶେଷ : ୨୦୨୦-୨୧ ବଜେଟ୍ ପାରିତ, ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିଧାନସଭା ମୁଲତବୀ

Get real time updates directly on you device, subscribe now.

ଭୁବନେଶ୍ୱର: ସରିଲା ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ । ଏଥିରେ ୨୦୨୦-୨୧ର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି । ୧ ଲକ୍ଷ ୫୦ ହଜାର କୋଟିର ବ୍ୟୟ ମଞ୍ଜୁରୀ ବିଲ୍ ଗିଲୋଟିନ ଯୋଗେ ପାରିତ ହୋଇଛି । ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ କରି ଦିଆଯାଇଛି ।
ତେବେ ବଜେଟ୍ ଅଧିବେଶନର କରୋନା ଭାଇରସ (COVID-19) କାରଣରୁ ବିଧାନସଭା ଭବନ ପରିବର୍ତ୍ତେ ଓଡିଶା ଲୋକସେବା ଭବନର କନଭେନସନ୍ ହଲ୍‌ରେ ଅନୁଷ୍ଠିତ ହୋଇଥିଲା ଜ୍ଝ ଆଜି ବିଧାନସଭାର ଅନୁମୋଦନ ପାଇଁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଦ୍ୱାର ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ଆବଣ୍ଟନ ବିଲ୍ ଉପସ୍ଥାପିତ ହୋଇଥିଲା ଏବଂ ଏହାକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଛି ବୋଲି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି।
ତେବେ କଡ଼ା ସୁରକ୍ଷା ମଧ୍ୟରେ ଏକ ଘଣ୍ଟା ପାଇଁ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ବଜେଟ୍‌ ଅଧିବେଶନରେ ଯୋଗଦେବା ପାଇଁ ମନ୍ତ୍ରୀ ଓ ବିଧାୟକମାନେ ମୁହଁରେ ମାସ୍କ ପିନ୍ଧି ଆସିଥିଲେ । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଅଧିବେଶନରେ କେବଳ ଏକ ତୃତୀୟାଂଶ ବିଧାୟକ ଯୋଗ ଦେଇଥିଲେ। ସେମାନଙ୍କ ଭିତରୁ କିଛି ବିଧାୟକ ନିଜେ ଗାଡ଼ି ଚଳାଇ ବିଧାନସଭାକୁ ଆସିଥିଲେ। ସୂଚନାଯୋଗ୍ୟ,କରୋନା ସତର୍କତା ସ୍ବରୂପ ହଲ୍ ଭିତରେ ଥିବା ଗୋଟିଏ ଧାଡ଼ିରେ ୮ରୁ ୯ ଜଣ ବିଧାୟକ ବସିବାକୁ ବ୍ୟବସ୍ଥା କରାଯାଇଥିଲା। ସାମାଜିକ ଦୂରତା ରକ୍ଷା ପାଇଁ ଜଣେ ଲେଖାଏଁ ସଦସ୍ୟଙ୍କ ମଧ୍ୟରେ ଯେପରି ଗୋଟିଏ ମିଟରରୁ ଅଧିକ ଦୂରତା ରକ୍ଷା ହେବ, ତା ଉପରେ ଗୁରୁତ୍ବ ଦିଆଯାଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons