ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ପକ୍ଷରୁ ୨୦୨୦ ଶିକ୍ଷା ବର୍ଷରୁ ୪ଟି ନୂଆ ପାଠ୍ୟକ୍ରମର ଆରମ୍ଭ ହେବ । ଏହି ନୂଆ ପାଠ୍ୟକ୍ରମ ତାଲିକାରେ ପଲିଟିକାଲ ସାଇନ୍ସ, ପଲିଟିକାଲ ସାଇନ୍ସ ଆଣ୍ଡ ପଲିସି, ଲିଗାଲ ଷ୍ଟଡିଜ୍ ଭଳି ୩ଟି ବିଏ କୋର୍ସ ଓ ଇକୋନୋମିକ୍ସରେ ଏମ୍ଏ କୋର୍ସ ରହିଛି । ଜେଜିୟୁ ପ୍ରତିÂାତା କୁଳପତି ପ୍ରଫେସର ଡ. ସି ରାଜ କୁମାର ଏହି ସୂଚନା ଦେଇଛନ୍ତି ।
ପ୍ରଫେସର କୁମାର କହିଛନ୍ତି, ଭାରତର ଉଚ୍ଚଶିକ୍ଷା କ୍ଷେତ୍ରରେ ଉକ୍ରର୍ଷର ରୋଲ୍ ମଡେଲ ହେବା ସହ ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭିତରେ ସ୍ଥାନ ପାଇବାକୁ ଜେଜିୟୁ ଲକ୍ଷ୍ୟ ରଖିଛି । ଏବେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ୫୧% ଫାକଲ୍ଟି ବିଶ୍ୱର ଶ୍ରେÂ ୨୦୦ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟରୁ ଆସିଛନ୍ତି । ସେମାନଙ୍କ ଜରିଆରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷାଦାନ କରୁଛି ।
ଏ ଅବସରରେ ଜେଜିୟୁ କୁଳପତି ଭାରତର ଉଚ୍ଚଶିକ୍ଷା ପ୍ରତିÂାନଗୁଡ଼ିକ ପାଇଁ ୧୦ ସୂତ୍ରୀ ଅଭିବୃଦ୍ଧି ଓ ସଂସ୍କାର ଯୋଜନାର ଉନ୍ମୋଚନ କରିଛନ୍ତି । ସେ କହିଛନ୍ତି, ଉଚ୍ଚଶିକ୍ଷା କ୍ଷେତ୍ରରେ ଉଚ୍ଚମାନର ଫାକଲ୍ଟିଙ୍କୁ ଧରି ରଖିବା ଏବେ ସବୁଠୁ ବଡ଼ ଆହ୍ୱାନ । ଭାରତର ବିଶ୍ୱବିଦ୍ୟାଳୟ ଓ ନୀତିନିର୍ଦ୍ଧାରକମାନେ ଆନ୍ତର୍ଜାତିକ ର୍ୟାଙ୍କିଙ୍ଗ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । କିନ୍ତୁ ଗୁଣାତ୍ମକ ଫାକଲ୍ଟି ଜରିଆରେ ଏହି ଲକ୍ଷ୍ୟକୁ ବହୁମାତ୍ରାରେ ହାସଲ କରାଯାଇପାରିବ । ଏ ଅବସରରେ ଜେଜିୟୁ ଜିନ୍ଦଲ ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପଲିସିର ଡିନ୍ ସୁଦର୍ଶନ ରାମାସ୍ୱାମୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.