ନୂଆଦିଲ୍ଲୀ:ତୈଳ ରପ୍ତାନିକାରୀ ରାଷ୍ଟ୍ରସଂଘ(ଓପେକ୍) ଉପରୁ ଭାରତର ନିର୍ଭରତା କମୁଛି । ଅକ୍ଟୋବରରେ ଓପେକ୍ରୁ ଭାରତର ତୈଳ ଆମଦାନି ବୃହତ୍ ମାତ୍ରାରେ ହ୍ରାସ ପାଇଥିବା ଜଣାଯାଇଛି । ସୂତ୍ର ଅନୁସାରେ ଏହି ସମୟରେ ଭାରତର ମୋଟ ତୈଳ ଆମଦାନିରେ ଓପେକ୍ର ଅଂଶ ୭୩% ରହିଛି । ୨୦୧୧ ପରେ ଗୋଟିଏ ମାସରେ ଏହା ସବୁଠାରୁ କମ୍ ଆମଦାନି । ସାଧାରଣତଃ ଭାରତ ଏହାର ମୋଟ ତୈଳ ଆବଶ୍ୟକତାର ୮୦% ଓପେକ୍ରୁ କିଣିଥାଏ । ଘରୋଇ ବିଶୋଧନାଗାର ଅପ୍ଗ୍ରେଡ୍ ହେବା ସହିତ ଭାରତ ଏବେ ଓପେକ୍ଠାରୁ ବି କମ୍ ମୂଲ୍ୟରେ ଅନ୍ୟ ତୈଳ ଉପôାଦନକାରୀ ରାଷ୍ଟ୍ରଗୁଡିକରୁ ଅଶୋଧିତ ତୈଳ କିଣିଲାଣି ।
ଭାରତ ବିଶ୍ୱର ତୃତୀୟ ବୃହତ୍ ତେଲ ଆମଦାନିକାରୀ ଦେଶ । ଅକ୍ଟୋବରରେ ଏହା ଦୈନିକ ୪୫.୬ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଆମଦାନି କରିଛି, ଯାହାକି ଗତବର୍ଷ ଅକ୍ଟୋବର ତୁଳନାରେ ୩.୩% କମ୍ । ଏ ବର୍ଷ ସେପ୍ଟେମ୍ବରରେ ଏହା ମୋଟ ଆମଦାନିର ୮୧% ଓପେକ୍ରୁ କିଣିଥିଲା । ସୂଚନାଯୋଗ୍ୟ, ସେପ୍ଟେମ୍ବରରେ ସାଉଦିର ଏକ ତୈଳ ପ୍ଲାଣ୍ଟରେ ଡ୍ରୋନ୍ ଆକ୍ରମଣ ଯୋଗୁ ସେଠାରେ ଉପôାଦନ କମିଥିଲା । ଏହା ପରେ ଇରାକ୍ ସବୁଠୁ ଅଧିକ ତୈଳ ରପ୍ତାନି ଆରମ୍ଭ କଲା । ସୂତ୍ରରୁ ଜଣାଯାଇଛି ଯେ, ଡ୍ରୋନ୍ ଆକ୍ରମଣ ପରେ ସାଉଦି ଆରବ ତେଲ ଦର ବଢ଼ାଇ ଦେଇଥିଲା ଏବଂ ଏହି କାରଣରୁ ଆମଦାନିକାରୀ ଦେଶଗୁଡିକ ଇରାକ୍ ମୁହାଁ ହେଲେ ।
ସାଉଦିଠାରୁ ବର୍ଦ୍ଧିତ ଦରରେ ତେଲ କିଣିବା ପରିବର୍ତ୍ତେ ଭାରତ ନାଇଜେରିଆ ଏବଂ ଇରାକ୍କୁ ପ୍ରାଥମିକତା ଦେଉଛି । କୁଏତ୍ ଏବଂ ମେକ୍ସିକୋ ପରେ ନାଇଜେରିଆ ଅକ୍ଟୋବରରେ ଭାରତର ତୃତୀୟ ବୃହତ୍ ଯୋଗାଣକାରୀ ପାଲଟିଛି ।
ଅକ୍ଟୋବରରେ ଭାରତ ଆମେରିକାରୁ ବି ରେକର୍ଡ ମାତ୍ରାରେ ତେଲ ଆମଦାନି କରିଛି । ଘରୋଇ ବିଶୋଧନକାରୀ ରିଲାଏନ୍ସ ଆମେରିକାରୁ ୩ ଟ୍ୟାଙ୍କର କାର୍ଗୋ ମଗାଇଥିଲା । ସରକାରୀ ଆକଳନ ଅନୁସାରେ ଅକ୍ଟୋବରରେ ଇନ୍ଧନ ଚାହିଦାରେ ବି ୧.୪% ହ୍ରାସ ଘଟିଛି । ଏହା ବ୍ୟତୀତ ଡିଜେଲ ଚାହିଦା ମଧ୍ୟ ୩ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି ।
Comments are closed, but trackbacks and pingbacks are open.