କାମାକ୍ଷାନଗର,(ବି.ବି.ନୁ୍ୟଜ୍): ଓଭରଲୋଡିଂ ପାଇଁ ୧୦ଟି ମେଟାଲ ବୋଝେଇ ହାଇୱରୁ ୬ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଫାଇନ ଆଦାୟ କରିଛନ୍ତି ଢେ଼ଙ୍କାନାଳ ଆରଟିଓ । ଗତକାଲି ଏହି ହାଇୱଗୁଡିକ ମେଟାଲ ନେଇ ଚଣ୍ଡିଖୋଲରୁ ଆସୁଥିଲେ । ତାଳଚେର -ଡୁବୁରୀ ନିମାଣାଧୀନ ପ୍ରକଳ୍ପ ପାଇଁ ମେଟାଲ ଗୁଡିକ ଅଣାଯାଉଥିଲା । ତେବେ ହାଇୱ ଗୁଡିକ ଓଭରଲୋଡିଂ ହୋଇଥିଲା । ତେଣୁ କାମାକ୍ଷାନଗର ପୋଲିସ ଖବର ପାଇ ଗାଡ଼ି ଗୁଡିକୁ ଜବତ କରିଥିଲା । ପରେ ଢେ଼ଙ୍କାନାଳ ଆରଟିଓ ଘଟଣାସ୍ଥଳରେ ପହଞ୍ଚି ୬ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଫାଇନ୍ କାଟିଥିଲେ । ଏହି ଗାଡ଼ି ଗୁଡିକର ପରମିଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଉଛି । ଢେ଼ଙ୍କାନାଳ ଆରଟିଓ ବସନ୍ତ ମାଝୀ କହିଛନ୍ତି ଯେ, ଗତକାଲି ଏହି ହାଇୱ ଗୁଡିକ ମେଟାଲ ଓଭରଲୋଡିଂ କରି ଯାଜପୁର ଜିଲ୍ଲା ଚଣ୍ଡିଖୋଲରୁ ଆସୁଥିଲା । କାକ୍ଷାନଗରଠାରେ ଏହି ଗାଡି ଗୁଡିକ ଜବତ କରି ୬ଲକ୍ଷ ୫୦ ହଜାର ଫାଇନ୍ କଟାଯାଇଥିଲା । ଗାଡି ମାଲିକ ଏପର୍ଯ୍ୟନ୍ତ ଆସିନାହାନ୍ତି । ସେ ଆସିଲାପରେ ଗାଡିର ଅନ୍ୟ କାଗଜପତ୍ର ଗୁଡିକ ଯାଞ୍ଚ କରାଯିବ । ଯଦି ଗାଡିର ଅନ୍ୟ କାଗଜପତ୍ର ନ ଥିବ ତାହାହେଲେ ବିହୀନ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।
Comments are closed, but trackbacks and pingbacks are open.