ମାଲକାନଗିରି,(ବି.ବି.ନୁ୍ୟଜ୍): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଓଲଟା ଉଡିବା ଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଏଠାରେ ଦେଖିବାକୁ ମିଳିଛି । ଏହାର ଏକ ଫଟୋ ଭାଇରାଲ ହେବା ପରେ ଏହା ଲୋକଲୋଚନକୁ ଆସିଛି । ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି ।
ସୂଚନା ଅନୁସାରେ, ପ୍ରତିଦିନ ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଫ୍ଲାଗ ଷ୍ଟାଣ୍ଡରେ ଜାତୀୟ ପତାକା ଉଡାଯିବା ସହ ସନ୍ଧ୍ୟାରେ ଏହାକୁ ବାହାର କରାଯାଇଥାଏ । ଘଟଣାଦିନ ପତାକା ଓଲଟା ଉଡିଥିଲା । କିଛି ଲୋକ ଏହାକୁ ନିନ୍ଦା କରିବା ସହ ଏହାର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ପରେ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ପତାକାକୁ ଅବତରଣ କରି ପୁଣି ଠିକ ଲଗାଇଥିଲେ । ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ କହିଛନ୍ତି, ଜିଲ୍ଲାକୁ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସମସ୍ତ ଅଧିକାରୀ ବ୍ୟସ୍ତରେ ଥିଲେ । ଘଟଣା ସମ୍ପର୍କରେ ସମ୍ପୃକ୍ତ କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି ।
Comments are closed, but trackbacks and pingbacks are open.