ଓଲଟିଲା ଟ୍ରକ, ଚାଳକ ଗୁରୁତର

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ):ଗାଈ ପଲକୁ ରକ୍ଷା କରିବାକୁ ଯାଇ ଭାରସାମ୍ୟ ହରାଇଲା ପାଇପ୍ ବୋଝେଇ ଟ୍ରକ । ରାସ୍ତା କଡକୁ ଓଲଟି ପଡିବାରୁ ଚାଳକ ହେଲେ ଗୁରୁତର । ମାଲକାନଗିରି ଜିଲ୍ଲା ସଦରକୁ ଗାଡିଟି ଆସୁଥିବାବେଳେ ସୋମବାର ୩୨୬ ନମ୍ବର ଜାତୀୟ ରାଜପଥ କାଲିମେଳା ବ୍ଲକ ତେଲରାଇ ଛକରେ ଏହି ଦୁର୍ଘଟଣା ଘଟିଛି । ଗାଡିର କିଛି ଅଂଶ ଏଥିରେ ନଷ୍ଟ ହୋଇଛି । ଗୁରୁତର ଚାଳକଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି ।
ତାମିଲନାଡୁରୁ ଗାଡି(ଟିଏନ ୫୬ ଏଚ ୩୪୦୪)ଟି ପାଣି ପାଇପ ବୋଝେଇ କରି ମାଲକାନଗିରି ଜିଲ୍ଲା ସଦର ମହକୁମାକୁ ଆସୁଥିଲା । ତେଲରାଇ ଛକଠାରେ ଗୋଟିଏ ଗାଈ ପଲ ରାସ୍ତା ମଝିକୁ ଚାଲି ଆସିଥିଲେ । ଗାଈଗୁଡିକୁ ବଞ୍ଚାଇବାକୁ ଯାଇ ଚାଳକ ଗାଡିକୁ ରାସ୍ତା କଡକୁ ନେଇଥିଲେ । କିନ୍ତୁ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ଚାଳକ ଏଥିରେ ଗୁରୁତର ହୋଇଥିଲେ । ପାଖରେ ଥିବା ଗାଁର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଡାକି ଚାଳକଙ୍କୁ କାଲିମେଳା ହସ୍ପିଟାଲକୁ ପଠାଇଥିଲେ । ଖବର ପାଇ ଏମଭି-୭୯ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଟ୍ରକଟି ମୋଟୁ ରାସ୍ତା ଦେଇ ମାଲକାନଗିରି ଆସୁଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons