ଓଲଟି ପଡିଲା ବାଲି ବୋଝେଇ ଟ୍ରକ୍, ଚାପି ହୋଇ ଡ୍ରାଇଭର ମୃତ

Get real time updates directly on you device, subscribe now.

ରାଇରଙ୍ଗପୁର : ଓଲଟି ପଡିଲା ବାଲି ବୋଝେଇ ଟ୍ରକ୍ । ଟ୍ରକ୍ ଚାପାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ରାଇରଙ୍ଗପୁର-ଟାଟା ନଗର ଜାତୀୟ ରାଜପଥ ୨୨୦ କାଦୁଆଣୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିଲେ । ଦୁର୍ଘଟଣା ଘଟିଥିବା ସ୍ଥାନ ଉଠାଣିଆ ହୋଇଥିବାରୁ ସେ ଗାଡ଼ି ଉପରେ ନିୟନ୍ତ୍ରଣ ରଖି ପାରିନଥିଲେ। ଫଳରେ ଗାଡ଼ିଟି ୧୫ ଫୁଟ ତଳକୁ ଖସିପଡ଼ିଥିଲା ।
ଘଟଣାସ୍ଥଳରେ ଡ୍ରାଇଭର ଟ୍ରକରେ ଚାପିହୋଇ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ବହଳଦା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons