ଓଲଟି ପଡିଲା ଯାତ୍ରୀବାହୀ ଅଟୋ

Get real time updates directly on you device, subscribe now.

ଭଦ୍ରକ: ଓଲଟିଲା ଯାତ୍ରାବାହୀ ଅଟୋ । ମାଲବାହୀ ଅଟୋର ହୁକ୍‌ରେ ଲାଗି ଓଲଟିପଡିଛି ଗାଡ଼ି । ଭଦ୍ରକ ଜିଲ୍ଲା ଧାମନଗର ଥାନା ସମ୍ମୁଖରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଧାମନଗର ଥାନା ସମ୍ମୁଖରେ ମାସ୍କ ଚେକିଂ କରାଯାଉଥିଲା । ଏହି ସମୟରେ ଏକ ଗ୍ୟାସ୍‌ ବୋଝେଇ ଅଟୋକୁ ପାସ୍‌ କରିବା ବେଳେ ଯାତ୍ରୀବାହୀ ଅଟୋର ହୁକ୍‌ରେ ଲାଗିଯାଇଥିଲା । ଯାହାଫଳରେ କି ଯାତ୍ରାବାହୀ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଦୁର୍ଘଟଣାର ଶୀକାର ହୋଇଯାଇଥିଲା । ଅଟୋର ରାସ୍ତା ଉପରେ ଓଲଟିଯିବାରୁ, ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳରୁ ସ୍ଥାନୀୟଲୋକେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons