ଓସିଏ ନିର୍ବାଚନରେ ଆଶୀର୍ବାଦ ବେହେରାଙ୍କ ପ୍ୟାନେଲ୍ ବିଜୟୀ: ପଙ୍କଜ ସଭାପତି, ସଞ୍ଜୟ ସମ୍ପାଦକ ନିର୍ବାଚିତ ଖାତା ଖୋଲିପାରିଲେନି ବିରୋଧୀ ଗୋÂୀ , ସବୁଥିରେ ହାରିଲେ
କଟକ,(ବି.ବି.ନୁ୍ୟଜ୍): ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ)ରେ ଆଶୀର୍ବାଦ ବେହେରାଙ୍କ ଦବଦବା କାଏମ୍ ରହିଲା । ଆଶୀର୍ବାଦଙ୍କ ଅନୁପସ୍ଥିତି ସତ୍ତେ୍ୱ ମଧ୍ୟ ଆଜି ଅନୁÂିତ ଓସିଏ ନିର୍ବାଚନରେ ତାଙ୍କ ପ୍ୟାନେଲ୍ ବିପୁଳ ବିଜୟ ହାସଲ କରିଛି । ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ଓ ସାଧାରଣ ସମ୍ପାଦକ ଭାବେ ଆଶୀର୍ବାଦଙ୍କ ପୁତ୍ର ସଞ୍ଜୟ ବେହେରା ବିଜୟୀ ହୋଇଛନ୍ତି । ସଭାପତି,ସମ୍ପାଦକ ସମେତ ଅନ୍ୟ ସମସ୍ତ ପଦବିକୁ ଆଶୀର୍ବାଦଙ୍କ ପ୍ୟାନେଲ୍ କବ୍ଜା କରିଛି । ଉପସଭାପତି ଭାବେ ଅକ୍ଷୟ କୁମାର ସାମନ୍ତ, ଯୁଗ୍ମସମ୍ପାଦକ ଭାବେ ମେହେତାବ ଖାନ୍, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଏବଂ ଆପେକ୍ସ କାଉନସିଲ୍ ସଦସ୍ୟ ଭାବେ ଶୁଭାଶିଷ ସେନାପତି ନିର୍ବାଚନ ଜିତିଛନ୍ତି । ଆସନ୍ତା ୩ବର୍ଷ ପାଇଁ ଏହି ଟିମ୍ ଓସିଏ କାର୍ଯ୍ୟକର୍ତ୍ତା ଦାୟିତ୍ୱ ନିର୍ବାହ କରିବେ ।
ଅନ୍ୟପକ୍ଷରେ ଆଶୀର୍ବାଦଙ୍କ ବିରୋଧୀ ଗୋÂୀ ଖାତାକୁ ଗୋଟିଏ ବି ପଦବି ଯାଇନାହିଁ । କଳ,ବଳ ଓ କୌଶଳ ଲଗାଇ ମଧ୍ୟ ଏହି ଗୋÂୀ ପରାସ୍ତ ହୋଇଛି । ନିର୍ବାଚନର ସପ୍ତାହେ ପୂର୍ବରୁ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ପରେ ଖେଳ ପଲଟିଯିବାର ଯେଉଁ ଆକଳନ କରାଯାଉଥିଲା ତାହା ଫଳପ୍ରଦ ହୋଇନାହିଁ । ବିରୋଧୀଙ୍କ ଠାରୁ ଦୁଇ ପାଦରେ ଆଗରେ ରହି ଗୋଟିଚାଳନାରେ ଆଶୀର୍ବାଦ ବେହେରାଙ୍କ ପ୍ୟାନେଲ୍ ବାଜି ମାରିନେଇଛି ।
ଆଜି ମୋଟ୍ ୭୩ ମତଦାତାଙ୍କୁ ନେଇ ଓସିଏ ନିର୍ବାଚନ ଅନୁÂିତ ହୋଇଥିଲା । ୧୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ଆପେକ୍ସ କାଉନସିଲ୍ ସଦସ୍ୟ ପଦବି ପୂର୍ବରୁ ନିଦ୍ୱର୍ନ୍ଦ୍ୱ ରହିଥିଲା । ନାମାଙ୍କନପତ୍ର ଦାଖଲ ଦିନ ଠାରୁ ଏହା ସ୍ପଷ୍ଟ ହୋଇଯାଇଥିଲା । ଆଶୀର୍ବାଦଙ୍କ ଗୋÂୀରୁ ନାମାଙ୍କନ ଦାଖଲ କରିଥିବା କେନ୍ଦ୍ରାପଡ଼ାର ଶୁଭାଶିଷ ସେନାପତିଙ୍କ ପ୍ରତିପକ୍ଷରେ କୌଣସି ପ୍ରାର୍ଥୀ ଦେଇନଥିଲେ ବିରୋଧୀ । ଯାହାଫଳରେ ଆଜି ଶ୍ରୀ ସେନାପତି ନିଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଛନ୍ତି ।
ସଭାପତି ପଦବି ପାଇଁ ସାମ୍ନାସାମ୍ନି ହୋଇଥିଲେ ବୌଦ୍ଧର ପଙ୍କଜ ଲୋଚନ ମହାନ୍ତି ଓ କଟକ ୟୁନିୟନ୍ ସ୍ପୋର୍ଟିଂର ପ୍ରଦୀପ ଚୌହ୍ୱାନ । ପଙ୍କଜ ପୂର୍ବରୁ କେବେ ହେଲେ ଓସିଏ କିମ୍ବା କୌଣସି ଜିଲ୍ଲା କ୍ରିକେଟ ସଂଘ ସହିତ ଜଡ଼ିତ ନଥିବା ବେଳେ ପ୍ରଦୀପ ପୂର୍ବରୁ ଓସିଏ କୋଷାଧ୍ୟକ୍ଷ ଓ ଯୁଗ୍ମସମ୍ପାଦକ ଦାୟିତ୍ୱ ନିର୍ବାହ କରିସାରିଥିଲେ । ଉଭୟଙ୍କ ମଧ୍ୟରେ ଆଜି ନିର୍ବାଚନରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ପଙ୍କଜ ୩୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ପ୍ରଦୀପଙ୍କୁ ମିଳିଥିଲା ୩୨ ଖଣ୍ଡ ଭୋଟ୍ । ସେହିପରି ଉପସଭାପତି ପଦବିରେ ଅନୁଗୁଳରୁ ଅକ୍ଷୟ କୁମାର ସାମନ୍ତ ଏବଂ ସୋନପୁରରୁ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ମଧ୍ୟରେ ଟକ୍କର ହୋଇଥିଲା । ଏଥିରେ ଅକ୍ଷୟ ୪୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ । ପ୍ରଶାନ୍ତଙ୍କୁ ମିଳିଥିଲା ମାତ୍ର ୨୯ଖଣ୍ଡ ଭୋଟ୍ । ସାଧାରଣ ସମ୍ପାଦକ ପଦବି ନିର୍ବାଚନ ଉପରେ ସମସ୍ତଙ୍କ ନଜର ଥିଲା ।
ଆଶୀର୍ବାଦଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ସଞ୍ଜୟ ପ୍ରଥମଥର ପାଇଁ ଓସିଏ ନିର୍ବାଚନ ଲଢ଼ିଥିଲେ । ସାମ୍ନାରେ ଥିଲେ ଅଭିଜ୍ଞ ତଥା ଓସିଏ ସହିତ ପୂର୍ବରୁ ଜଡ଼ିତ ଥିବା ନବରଞ୍ଜନ ପଟ୍ଟନାୟକ । ଉଭୟଙ୍କ ମଧ୍ୟରେ ଯେଉଁ ପ୍ରତିଦ୍ୱନ୍ଦ୍ୱିତା ଆଶା କରାଯାଉଥିଲା ସେମିତି କିଛି ବି ଘଟିଲାନାହିଁ । ୩ପୋଷ୍ଟାଲ୍ ବାଲଟ୍କୁ ବାଦ୍ ଦେଲେ ବଳକା ୭୦ ଭୋଟରୁ ସଞ୍ଜୟ ୪୫ ଖଣ୍ଡ ଭୋଟ୍ ପାଇ ବିପୁଳ ବିଜୟ ହାସଲ କରିଛନ୍ତି । ଅନ୍ୟପକ୍ଷରେ ଝାରସୁଗୁଡାର ମେହେତାବ ଖାନ୍, ଦେବଗଡ଼ର ସୁଜିତ କୁମାର ପ୍ରଧାନ ଯୁଗ୍ମସମ୍ପାଦକ ପଦବି ପାଇଁ ନିର୍ବାଚନ ଲଢ଼ିଥିଲେ । ମେହେତାବଙ୍କୁ ୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ସୁଜିତଙ୍କୁ ୩୦ଖଣ୍ଡ ଭୋଟ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଶେଷରେ କୋଷାଧ୍ୟକ୍ଷ ପଦବିରେ ଖୋର୍ଦ୍ଧାର ବିକାଶ ପ୍ରଧାନ ୪୦ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ତାଙ୍କ ବିପକ୍ଷରେ ଥିବା ଜଗତସିଂହପୁରର ଅନିଲ ବିଶ୍ୱାଳଙ୍କୁ ୩୦ଖଣ୍ଡ ଭୋଟ୍ ମିଳିଛି ।
ଓଡ଼ିଶା କ୍ରିକେଟ ଆସୋସିଏସନ୍ର କନ୍ଫରେନ୍ସ ହଲ୍ ଠାରେ ଆୟୋଜିତ ଏହି ନିର୍ବାଚନ ପ୍ରକ୍ରିୟାରେ ମୋଟ୍ ୭୦ଜଣ ଭୋଟର ଉପସ୍ଥିତ ରହି ମତଦାନ କରିଥିଲେ । ୩ଜଣ ଭୋଟରଙ୍କ ଠାରୁ ପୋଷ୍ଟାଲ୍ ବାଲଟ୍ ଗ୍ରହଣ କରାଯାଇଥିଲା । ସେଥିରେ ଥିଲେ ସିବିଆଇ ଦ୍ୱାରା ଗିରଫ ଆଶୀର୍ବାଦ ବେହେରା, ଅନ୍ତର୍ଜାତୀୟ ଖେଳାଳି ସଂଜୟ ରାଉଳ ଓ ରେଲୱେର ବିଜୟ ମିଶ୍ର । ନିର୍ବାଚନ ଅଧିକାରୀ ମାଖନଲାଲ୍ ମଜୁମଦାରଙ୍କ ପରିଚାଳନାରେ ଶୃଙ୍ଖଳାର ସହ ଭୋଟ୍ଗ୍ରହଣ ଓ ଗଣତି ପ୍ରକ୍ରିୟା ଶେଷ ହୋଇଥିଲା ।
Comments are closed, but trackbacks and pingbacks are open.