ଓ୍ୱାକାଥନରେ ସାମିଲ୍‌ ହେଲେ ୬୫-୮୦ ବର୍ଷୀୟ ବରିଷ୍ଠ ନାଗରିକ- ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସରେ ଓ୍ୱାକାଥନ୍

Get real time updates directly on you device, subscribe now.

ଭୁବନେଶ୍ୱର : ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ । ଏହି ଅବସରରେ ଭିନ୍ନକ୍ଷମ ଓ ସଶକ୍ତିକରଣଶ ବିଭାଗ ପକ୍ଷରୁ ରାଜଧାନୀରେ ଅନୁଷ୍ଠିତ ହୋଇଥିଲା ବରିଷ୍ଠ ନାଗରିକ ଓ୍ବାକାଥନ। ଏଥିରେ ସାମିଲ ହୋଇ ସେମାନେ ଏବେ ବି ଫିଟ୍ ବୋଲି ଦର୍ଶାଇଛନ୍ତି ବରିଷ୍ଠ ନାଗରିକ ମାନେ ।
ଆଜି ସକାଳୁ ସକାଳୁ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ପାଦ ପାଦରେ ମିଶାଇ ହାତ ହଲାଇ ଚାଲୁଥିଲେ ଶତାଧିକ ବୃଦ୍ଧ ବୃଦ୍ଧା । କାହାର ବୟସ ୬୫ ତ କାହାର ୮୦ । ସେମାନେ କେବଳ ଚାଲୁନଥିଲେ, ସୁସ୍ଥ ଓ ନିରୋଗ ରହିବାକୁ ବାଣ୍ଟୁଥିଲେ ସଚେତନତାର ବାର୍ତ୍ତା । ଅବସର ଥିଲା ବରିଷ୍ଠ ନାଗରିକ ଦିବସର । ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ନାଗରିକଙ୍କୁ ଉତ୍ସାହିତ କରିବାକୁ ନେତା ମନ୍ତ୍ରୀଙ୍କ ସହ ସିନେ କଳାକାର ବି ସାମିଲ ହୋଇଥିଲେ । ଚାଲିବା ସହ ଯୋଗ ମଧ୍ୟ କରିଥିଲେ ସମସ୍ତେ । ଉତ୍କଳ ମଣ୍ଡପ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା ।
ହିସାବ ଅନୁଯାୟୀ ରାଜ୍ୟର ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୮୦ପ୍ରତିଶତରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବାସ କରୁଛନ୍ତି। ସହରାଞ୍ଚଳରେ ମଧ୍ୟ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ବରିଷ୍ଠ ନାଗରିକ ମାନଙ୍କ ପାଇଁ ରାଜ୍ୟର ୩୧୪ ଟି ବ୍ଲକରେ ଡେ କେୟାର ସେଣ୍ଟର ଖୋଲିବାକୁ ସରକାର ଯୋଜନା କରିଥିବା ବେଳେ, ନିଃସଙ୍ଗତା ଏଡ଼ାଇବା ପାଇଁ ବରିଷ୍ଠ ନାଗରିକ ଭବନ ନିର୍ମାଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ। ସେପଟେ ରାଜ୍ୟ ସରକାର ପ୍ରଣୟନ କରିଥିବା ‘ବରିଷ୍ଠ ନାଗରିକ ନୀତି-୨୦୧୬’ ଉପରେ ବିଭାଗ ଗୁରୁତ୍ବ ଦେଉଥିବା କହିଛନ୍ତି ବିଭାଗୀୟ ସଚିବ।
୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ପାଖାପାଖି ୪୦ ଲକ୍ଷ ରହିଛି । ଏହା ରାଜ୍ୟର ଲୋକସଂଖ୍ୟାର ୯.୫ ପ୍ରତିଶତ। ୨୦୨୬ ମସିହା ବେଳକୁ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୬୨ଲକ୍ଷ ଟପିଯିବ ବୋଲି ଆକଳନ କରାଯାଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons