ଭୁବନେଶ୍ୱର,(ବି.ବି.ବ୍ୟୁରୋ): ୨୦୧୮-୧୯ ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ‘ୱାଇ’ ବର୍ଗର ମଣ୍ଡଳ ମଧ୍ୟରେ ଓଡ଼ିଶା ଡାକ ମଣ୍ଡଳକୁ ମିଳିଛି ଶ୍ରେଷ୍ଠ ଡାକମଣ୍ଡଳ ପୁରସ୍କାର । ଭାରତୀୟ ଡାକ ବିଭାଗ ପକ୍ଷରୁ ଶ୍ରୀନଗରଠାରେ ଅନୁଷ୍ଠିତ ମୁଖ୍ୟ ମହାଡାକପାଳ ସମ୍ମିଳନୀରେ ଓଡ଼ିଶା ଡାକ ମଣ୍ଡଳକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଡାକ ସଚିବ ଅନନ୍ତ ନାରାୟଣ ନନ୍ଦଙ୍କ ନିକଟରୁ ଓଡ଼ିଶା ମଣ୍ଡଳ ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କୁମାର କମିଳା ଏହି ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି । ସେହିଭଳି ୨୦୧୮-୧୯ରେ ସ୍ପିଡ୍ ପୋଷ୍ଟ ରାଜସ୍ୱରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଓଡ଼ିଶା ଡାକ ମଣ୍ଡଳ ପ୍ରଥମ ପୁରସ୍କାର ପାଇଛି ।
Comments are closed, but trackbacks and pingbacks are open.