ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସେ ସବୁବେଳେ ରହିଛନ୍ତି । ସ୍ଥାନୀୟ ଏକ ଫଙ୍ଗସନ ହଲ୍ରେ ଓଡିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ(ଓୟୁଜେ)ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହା କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି ।
ଓୟୁଜେ କୋରାପୁଟ ଶାଖା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି । ମୁଖ୍ୟ ଅତିଥିଭାବେ ସାଂସଦ ମୁନା ଖାଁ, କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଭବାନୀ ଶଙ୍କର ମିଶ୍ର, ସାଧାରଣ ସମ୍ପାଦକ ରାଜେନ୍ଦ୍ର ଗୌଡ, ରାଜ୍ୟ ଉପସଭାପତି ଉପନ ସାହୁ, ଅତିଥି ଭାବେ ପ୍ରମୋଦ ସାମନ୍ତରାୟ, ଅକ୍ଷୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସାମ୍ବାଦିକଙ୍କ ସହ ସେମାନଙ୍କ ସମ୍ପର୍କ କିପରି ରହିଛି, ସେ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ବାହିନୀପତି ସାମ୍ବାଦିକଙ୍କ ସହ ବିତାଇଥିବା ନିଜର ଅନୁଭୂତି ବଖାଣିଥିଲେ । ସାମ୍ବାଦିକଙ୍କ ସହ ଯୋଗାଯୋଗ କରି ବିଭିନ୍ନ ସମସ୍ୟାକୁ ନେଇ ପୂର୍ବରୁ କିପରି ଆନେ୍ଦାଳନ କରୁଥିଲେ, ସେ ସମ୍ପର୍କରେ କହିଥିଲେ । ମୁଖ୍ୟ ଅତିଥିଭାବେ ଯୋଗଦେଇ ସାଂସଦ ମୁନା ଖାଁ ନିଜ ରାଜନୈତିକ ସଂଘର୍ଷ ସମ୍ପର୍କରେ କହିଥିଲେ । ଏଥିସହ ସେ କହିଥିଲେ, ସ୍ଥାନୀୟ ଆକାଶବାଣୀ କେନ୍ଦ୍ରରେ ବିଭିନ୍ନ ପଦବି ଖାଲି ରହିଛି । ଯେଉଁମାନେ ଏଠାରୁ ବଦଳି ହୋଇଯାଉଛନ୍ତି, ସେମାନଙ୍କ ସ୍ଥାନରେ କେହି ଆସୁ ନାହାନ୍ତି । ଏହାକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉଛି । ଅତିଶୀଘ୍ର ପଦବି ପୂରଣ ହେବ ବୋଲି ଶ୍ରୀ ଖାଁ କହିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ଦେଇ ସାଧାରଣ ସମ୍ପାଦକ ଶ୍ରୀ ଗୌଡ ସହରର ପ୍ରମୁଖ ତିନୋଟି ଦାବି ଉଠାଇଥିଲେ । ବିକ୍ରମଦେବ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା, ସ୍ଥାନୀୟ ଏୟାରଷ୍ଟ୍ରିପରୁ ବିମାନ ଚଳାଚଳ ଓ କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ କାର୍ଯ୍ୟକ୍ଷମ । ସଭାପତି ଶ୍ରୀ ମହାନ୍ତି ସାମ୍ବାଦିକଙ୍କ ପ୍ରମୁଖ ୨ଟି ଦାବି ସମ୍ପର୍କରେ କହିଥିଲେ । ସ୍ୱାସ୍ଥ୍ୟବୀମାକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଓ ସାମ୍ବାଦିକଙ୍କ ପେନସନ୍ର ବ୍ୟବସ୍ଥା କରିବା । ଆସନ୍ତା ବିଧାନସଭାରେ ଏହି ପ୍ରସଙ୍ଗ କିପରି ଉଠିବ, ସେ ଦିଗରେ ପଦକ୍ଷେପ ନେବାକୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ସତ୍ୟପ୍ରିୟ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଶ୍ରମିକନେତା ବାଲା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ବରିÂ ସାମ୍ବାଦିକ ସ୍ୱର୍ଗତ ସୁଧାକର ଦାଶଙ୍କ ଉଦେ୍ଧଶ୍ୟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ହୋଇଥିଲା । ସାମ୍ବାଦିକ ଶଶଧର ରାଉତ ଓ ପରୀକ୍ଷିତ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Comments are closed, but trackbacks and pingbacks are open.