କଂଗ୍ରେସର ସ୍ପିକ୍ ଅପ୍ ଇଣ୍ଡିଆରେ ସାମିଲ ହେବେ ୫୦ ଲକ୍ଷ ଲୋକ: ନିରଞ୍ଜନ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ନୁ୍ୟଜ୍): କରୋନାଜନିତ ଲକ୍ଡାଉନ୍ ପାଇଁ ସାଧାରଣ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ଭାରତ ସରକାରଙ୍କ ନଜରକୁ ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଦେଶବ୍ୟାପୀ ସ୍ପିକ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁÂିତ ହେବ । ଅନଲାଇନ୍ ମାଧ୍ୟମରେ ଦିନ ୧୧ଟାରୁ ୨ଟା ମଧ୍ୟରେ ସୋସିଆଲ ମିଡିଆ ଯଥା ଫେସବୁକ୍, ଟ୍ୱିଟର ଓ ଇଷ୍ଟାଗ୍ରାମ ମାଧ୍ୟମରେ ସାଧାରଣ ଲୋକମାନେ ନିଜର ସମସ୍ୟା ଉତ୍ଥାପନ କରିପାରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସୋସିଆଲ ମିଡିଆ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଲକ୍ଷ ଲୋକଙ୍କୁ କଂଗ୍ରେସ ଯୋଡ଼ିବ । ପ୍ରତି ନିର୍ବାଚନମଣ୍ଡଳୀରୁ ପ୍ରାୟ ୧୦ ହଜାର ଲୋକଙ୍କୁ ସାମିଲ କରବାକୁ ଲକ୍ଷ୍ୟ ରଖାଯାଇଛି । ଗତ ୬୪ ଦିନ ଧରି ଶ୍ରମିକମାନେ ରାଜରାସ୍ତାରେ ଭୋକ ଉପାସରେ ଚାଲିଛନ୍ତି । ଏହା ଏକ ଅତ୍ୟନ୍ତ ହୃଦୟ ବିଦାରଖ ଦୃଶ୍ୟ । ଏହି ଅମାନବିକ ପରିସ୍ଥିତିରୁ ମୁକୁଳିବା ପାଇଁ ଯଥାଶୀଘ୍ର କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରନ୍ତୁ । ତେଣୁ ଏସବୁ କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ କର୍ମୀ, ନେତୃବୃନ୍ଦ , ଛାମୁଆ ସଂଗଠନ ଓ କଂଗ୍ରେସ ସମର୍ଥକ ଓ ସଚେତନ ନାଗରିକମାନେ ଅଧିକ ସଂଖ୍ୟାରେ ସୋସିଆଲ ମିଡିଆରେ ସାମିଲ ହୋଇ ଏହି ୩ଟି ଦାବିକୁ ଉପସ୍ଥାପନ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଦାବିଗୁଡିକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଭାରତବର୍ଷର ପ୍ରବାସୀ ଶ୍ରମିକଙ୍କୁ ସିଧାସଳଖ ଆସନ୍ତା ୬ ମାସ ପାଇଁ ମାସକୁ ୭୫୦୦ ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ ଓ ତତ୍କାଳ ୧୦ ହଜାର ଟଙ୍କା ଅଗ୍ରୀମ ଆକାରରେ ସେମାନଙ୍କ ଖାତାରେ ଜମା କରାଯାଉ । ନଚେତ୍ଦେଶରେ ଅନାହାର ମୃତୁ୍ୟଜନିତ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବ । ସେହିପରି କୃଷକମାନଙ୍କର ରବି ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି । ମାଚର୍୍ଚ ମାସ ୨୫ ତାରିଖରୁ ଆଜି ପର୍ଯ୍ୟନ୍ତ କୃଷକମାନେ ତାଙ୍କର ଉପôାଦିତ ଦ୍ରବ୍ୟ ଯଥା ପନିପରିବା ଠାରୁ ଆରମ୍ଭ କରି ଥାନ , ମୁଗ, ବିରି ବଜାରେ ବିକ୍ରି କରିପାରିଲେ ନାହିଁ । ରବି ଋତୁର ଋଣ ଏବଂ ଋଣ ଉପରେ ସୁଧ କୃଷକଙ୍କ ମୁଣ୍ଡ ଉପରେ ନଳିତା ବିଡ଼ା ସଦୃଶ । ଖରିଫ ଫସଲ ।ରମ୍ଭ ହେବ କିନ୍ତୁ ଚାଷୀ ହାତରେ ଟଙ୍କା ନାହିଁ । ଚାଷୀଙ୍କୁ ଖରିଫ ଚାଷ ପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରାଯାଉ । ସେହିପରି ପ୍ରବାସୀ ଶ୍ରମିକମାନଙ୍କୁ ତୁରନ୍ତ କେନ୍ଦ୍ର ସରକାର ଟ୍ରେନ୍ ଯୋଗେ ସେମାନଙ୍କ ଅଞ୍ଚଳରେ ପହଂଚିବାର ବ୍ୟବସ୍ଥା କରନ୍ତୁ । ଶ୍ରମିକଙ୍କୁ ନିର୍ଦ୍ଧିଷ୍ଟ ରାଜ୍ୟର ଶମ୍ରିକ ନକହି ସେମାନଙ୍କୁ ଭାରତବର୍ଷର ଶ୍ରମିକ ଭାବେ ଶୀଘ୍ର ସେମାନଙ୍କୁ ଫେରାଇ ଆଣିବା, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ କରାଇବାକୁ କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ , ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons