କକାଙ୍କୁ କୂଅକୁ ଠେଲିଦେଲେ ଦୁଇ ପୁତୁରା!

Get real time updates directly on you device, subscribe now.

କଣ୍ଟାବାଞ୍ଝି,(ବି.ବି.ନୁ୍ୟଜ୍): ରକ୍ତ ସମ୍ପର୍କ ପୁଣି ଏତେ ନୃଂସଶ ହୋଇପାରେ ।! ଜମିଜମା ବିବାଦକୁ ନେଇ କକାଙ୍କୁ କୂଅ ଭିତରକୁ ଠେଲିଦେଲେ ଦୁଇ ପୁତୁରା । ଆଜି ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ଥାନା ସାନଗମଡ଼ା ଗାଁରେ ଘଟିଛି । ବଙ୍ଗମୁଣ୍ଡା ଥାନା ସାନଗମଡ଼ା ଗାଁରେ କୁମ୍ଭାର ପରିବାର ଭିତରେ ଜମିଜମା ବିବାଦ ଲାଗି ରହିଥିଲା । ଆଜି ସକାଳେ ମୁକୁନ୍ଦ କୁମ୍ଭାରଙ୍କ ମୂଲିଆ ହଳ କରିବା ପାଇଁ ଯାଇଥିଲେ । ଯାହାକୁ ତାଙ୍କ ବଡ଼ ସୁବାସ ଓ ପୁଅମାନେ ବିରୋଧ କରିଥିଲେ । ଯେଉଁଥି ପାଇଁ ମୂଲିଆ ହଳ ନକରି ଘରକୁ ଫେରି ଆସିଥିଲେ । ଏ ସମ୍ପର୍କରେ ମୁକୁନ୍ଦ ଜାଣିପାରି ସୁବାସଙ୍କ ଘରକୁ ଯାଇଥିଲେ । ସେଠାରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସୁବାସଙ୍କ ଦୁଇ ପୁଅ ମୁକୁନ୍ଦଙ୍କୁ ଘର ପାଖରେ ଥିବା ଶୁଖିଲା କୂଳ ଭିତରକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ମୁକୁନ୍ଦଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ମୁକୁନ୍ଦଙ୍କୁ ତାଙ୍କ ପୁଅ ସାହି ପଶିଶା କୂଅରୁ ଉଦ୍ଧାର କରି ବଙ୍ଗମୁଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଣ୍ଟାବାଞ୍ଝି , ପରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ଥିବା ତାଙ୍କ ପୁଅ ହିମାଂଶୁ କହିଛନ୍ତି । ମାତ୍ର ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons