କଙ୍କାଳର ବ୍ୟବଚ୍ଛେଦ ବେଳେ ମହୁମାଛି ଆକ୍ରମଣ

Get real time updates directly on you device, subscribe now.

ନୂଆପଡା: ନର କଙ୍କାଳର ବ୍ୟବଚ୍ଛେଦ ବେଳେ ମହୁମାଛି ଆକ୍ରମଣ । ଏଥିରେ ଦୁଇ ଜଣ ଡାକ୍ତର ଗୁରୁତର ହେବା ସହ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି । ୧୫ ଦିନ ପୂର୍ବରୁ ଉକ୍ତ ସ୍ଥାନରେ ମହୁମାଛି ଆକ୍ରମଣରେ ଯୁବକଙ୍କ ଜୀବନ ଯାଇଥିବା କୁହାଯାଇଥିଲା । କାହାକୁ ନ ଜଣାଇ ଶବ ପୋତି ଦିଆଯିବା ପରେ ପରିବାର ଲୋକଙ୍କ ସନେ୍ଦହ ହେଲା । ଅଭିଯୋଗ ପରେ ଆଜି ମାଟି ତଳୁ କଙ୍କାଳ ବାହାର କରାଯାଇ ତାର ବ୍ୟବଚ୍ଛେଦ କରାଯାଉଥିଲା । ହେଲେ ଏଥିରେ ବି ବାଟ ହୁଡ଼ିଥିଲେ ମହୁମାଛି । କ୍ଷତାକ୍ତ କରି ଦେଇଥିଲେ ଉପସ୍ଥିତ ଡାକ୍ତର ଏବଂ ପୁଲିସ ଅଧିକାରୀଙ୍କୁ । ଏଭଳି ଏକ ଘଟଣା ଆଜି ନୂଆପଡ଼ା ଜିଲ୍ଲା କୋମନା ଥାନାଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି । କୋମନା ଥାନା ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ରୁପିଆମ ନିକଟ ଦେଓଖୋଲରେ ଚାଲିଥିôଲା ଏହି ଶବ ବ୍ୟବଚ୍ଛେଦ ।
ସୂଚନାମତେ, ୨ ମାସ ତଳେ ସୁନାବେଡା ନିକଟ ଗମ୍ଭାରୀପାଣି ନିକଟ ଯୋଗିମୁଣ୍ଡା ଗାଁର ଦିହାରୀ ପହରିଆ(୩୫) ଓ ତାଙ୍କ ସ୍ତ୍ରୀ ମହୁଲ ସଂଗ୍ରହ ପାଇଁ ଗୁଣ୍ଡ୍ରୁପାଣି ଗାଁ ଶ୍ୱଶୁର ଘରକୁ ଯାଇଥିଲେ । ଜୁନ ୨ ତାରିଖ ରାତିରେ ଦିହାରୀ ଓ ତାଙ୍କ ଶ୍ୱଶୁର ସମେତ କିଛି ଗାଁ ଲୋକେ ଦେଓକୋଟକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ । ପାହାଡ଼ ଖୋଲ ତଳେ ମହୁଫେଣା ରହିଥିଲା । ସେଠାରେ ଦିହାରୀ ଅଣ୍ଟାରେ ରଶି ବାନ୍ଧି ମହୁ ବାହାର କରୁବାକୁ ପାହାଡ଼ ତଳକୁ ଆସିଥିଲେ । ଏହି ସମୟରେ ରଶୀ ଖୋଲି ଯିବାରୁ ପ୍ରାୟ ୨ ଶହ ମିଟର ତଳକୁ ଖସି ପଡିଥିଲେ । ଦିହାରୀଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିବାରୁ ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିଲା । ତା ପରଦିନ ସକାଳେ ଶ୍ୱଶୁର ଘର ଲୋକେ ଶବ ପୋତି ସ+ାର କରିଥିଲେ । ତେବେ ମୃତକ ଦିହାରୀ ଘରକୁ ନ ଫେରିବାରୁ ତାଙ୍କ ବଡ଼ ଭାଇ ଝୀମା ପହରିଆ ବହୁ ଖୋଜାଖୋଜି କରିଥିଲେ । ଭାଇର ସନ୍ଧାନ ନପାଇବାରୁ ୧୦ ତାରିଖ କୋମନା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଗତକାଲି ଉଭୟ ପକ୍ଷକୁ ଥାନାକୁ ଡାକି ପଚରା ଉଚୁରା କରିବାବେଳେ ଦେହାରୀଙ୍କ ଶ୍ୱଶୁର ଘର ଲୋକେ ମହୁ ସଂଗ୍ରହ ବେଳେ ପାହାଡ ତଳକୁ ଖସି ତାର ଜୀବନ ଚାଲି ଯାଇଥିଲା କଥା ପ୍ରଘଟ କରିଥିଲେ । ଏହାପରେ ଘଟଣାର ତଦନ୍ତ ଲାଗି ଦିହାରୀଙ୍କ ଭାଇ ଅନୁରୋଧ କରିଥିଲେ । ଏନେଇ କୋମନା ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା ।
ଆଜି ସକାଳେ କୋମନା ଥାନା ଏସ୍ଆଇ ଜିତେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ପୁଲିସ ଟିମ୍ ସହ କୋମନା ସିଏଚ୍ସିର ଏକ ଡାକ୍ତରୀ ଦଳ ଗୁଣ୍ଡ୍ରୁପାଣି ନିକଟ ଦେଓକୋଟ ସ୍ଥିତ ଘଟଣାସ୍ଥଳକୁ ଶବ ବ୍ୟବଚ୍ଛେଦ ପାଇଁ ଯାଇଥିଲେ । ସେଠାକୁ ପହଞ୍ଚିବା ବେଳେ ସମସ୍ତଙ୍କୁ ମହୁମାଛି ଆକ୍ରମଣ କରିଥିଲା । ଏଥିରେ ଏସ୍ଆଇ ଶ୍ରୀ ବିଶ୍ୱାଳ, କୋମନା ସିଏଚ୍ସି ଡାକ୍ତର ସୌମ୍ୟ ହିରଣ୍ୟମୟ ପଣ୍ଡା, ବୁଦ୍ଧିକୋମନା ପିଏଚ୍ସିର ଡାକ୍ତର ମନିଷ ଠାକୁର, ହସ୍ପିଟାଲ ସୁଇପର ପ୍ରଫୁଲ୍ଲ ସୁନାନୀ ସମେତ ଅନ୍ୟ କର୍ମଚାରୀଙ୍କୁ ମହୁମାଛି ଆକ୍ରମଣ କରିଥିଲା । ଅପରାହ୍ନରେ ସମସ୍ତଙ୍କୁ କୋମନା ସିଏଚସିକୁ ଅଣାଯାଇଥିଲା । ସନ୍ଧ୍ୟାରେ ଡା. ପଣ୍ଡା ଓ ଡା. ଠାକୁର ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏସ୍ଆଇ ଶ୍ରୀ ବିଶ୍ୱାଳ ଓ ଅନ୍ୟ କର୍ମଚାରୀମାନେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିଲେ । ଏବେ ଉଭୟ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମହୁ ମାଛିରୁ ବର୍ତ୍ତିବା ପାଇଁ ଡା. ଠାକୁର ପଥର ଚଟାଣ ଉପରେ ଦୌଡ଼ ଯିବାରୁ ଖସି ପଡି ଗୋଡ଼ରେ ଆଘାତ ଲାଗିଛି । ଏବେ ଉଭୟ ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons