କଟକ,(ବି.ବି.ନୁ୍ୟଜ୍): ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି କରୁଛି ପଶ୍ଚିମବଙ୍ଗ ବା କୋଲକାତା ଲିଂକ୍ । କୋଲକାତାରୁ ଆସିଥିବା ଓଡ଼ିଶାର କିଛି ଲୋକ କରୋନା ପଜିଟିଭ୍ ଭାବେ ଚିହ୍ନଟ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । କୋଲକାତା ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିଦେ୍ର୍ଧଶନାମା ବି ଜାରି ହେଲାଣି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲାରୁ ରୋଗୀ ପ୍ରତିଦିନ କଟକ ଆସିବା ସହର ପ୍ରତି ନୂଆ ବିପଦ ସୃଷ୍ଟି କରିଛି । ଲକ୍ଡାଉନ୍ ସମୟରେ ଏହି ଅଞ୍ଚଳରୁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଆମ୍ବୁଲାନ୍ସରେ କଟକ ଆସୁଛନ୍ତି । ରୋଗୀ ଯିବା ଆସିବା ଉପରେ କଟକଣା ନଥିବାରୁ ଏଭଳି ରୋଗୀଙ୍କ ଉପସ୍ଥିତି କରୋନା ସଂକ୍ରମଣ ବୃଦ୍ଧି ନେଇ ଆଶଙ୍କା ସୃଷ୍ଟି କରିଛି ।
ସୂଚନା ମୁତାବକ, ଲକ୍ଡାଉନ୍ କଟକଣା ଭିତରେ ଅନେକ ରୋଗୀ ପଶ୍ଚିମବଙ୍ଗରୁ ଆସୁଛନ୍ତି । ପଶ୍ଚିମବଙ୍ଗ ରାଜ୍ୟର ମେଦିନିପୁର ସମେତ ବର୍ଦ୍ଧମାନ, ମୁର୍ସିଦାବାଦ, ଦୁର୍ଗାପୁର, ବାଙ୍କୁଡ଼ା ଓ ଦିଘା ଆଦି ଅଞ୍ଚଳର ଅନେକ ରୋଗୀ ବିଭିନ୍ନ ନର୍ସିଂହୋମ୍ରେ ଚିକିତ୍ସା ହେଉଥିବା ଜଣାପଡ଼ିଛି । ସାମ୍ପ୍ରତିକ ସ୍ଥିତିରେ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବ୍ୟାପୁଥିବା ସମୟରେ ସେଠାରୁ ଅନ୍ୟ ରୋଗୀମାନେ ଆସି ସହରର ବିଭିନ୍ନ ନର୍ସିଂହୋମ୍ରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ ମଧ୍ୟ ଏବାବଦରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି କଟକଣା ଜାରି କରାଯାଇନାହିଁ । ବିଶେଷକରି ମେଦିନିପୁର ଅଞ୍ଚଳର କେତେକ ରୋଗୀ ଏବେ ଏସ୍ସିବି ସମେତ ବହୁ ନର୍ସିଂହୋମରେ ରହି ଚିକିତ୍ସା ହେଉଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟ ବାହାରୁ ଏସ୍ସିବି ଆଉଟ୍ଡୋର ଓ ଆଶୁଚିକିତ୍ସା କେନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କୁ ସ୍କ୍ରିନିଂ କରାଯାଉନଥିବାରୁ ଡାକ୍ତରଙ୍କ ସମେତ ଡାକ୍ତରଖାନାର ଅନ୍ୟ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଇ ନିକଟରେ ମେଦିନିପୁର ଅଞ୍ଚଳର ଜଣେ ରୋଗୀକୁ ସର୍ଜରୀ ୱାର୍ଡରେ ଭର୍ତ୍ତି କରିବା ଘଟଣାକୁ ନେଇ କେତେକ ଡାକ୍ତର ଆପତ୍ତି ଉଠାଇଥିଲେ । ଏହାକୁ ନେଇ ଉକ୍ତ ବିଭାଗରେ ଏକ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ସମସ୍ୟା କେବଳ ସେତିକିରେ ସୀମିତ ନାହିଁ, ବାଲେଶ୍ୱର ଜିଲ୍ଲାର ବେତନଟୀ, ରାସଗୋବିନ୍ଦପୁର, ଗୋପୀବଲ୍ଲଭପୁର, ଜାମଶୋଳା ଏବଂ ଜଳେଶ୍ୱରର ଲଷ୍ମଣନାଥ ଆଦି ବାଟ ଦେଇ ମେଦିନିପୁର ଅଞ୍ଚଳରୁ ଆମ୍ବୁଲାନ୍ସରେ ରୋଗୀ ଏବଂ ସେମାନଙ୍କ ସର୍ମ୍ପକୀୟମାନେ କଟକ ଆସୁଛନ୍ତି । ସୀମାବର୍ତ୍ତୀ ଅଞ୍ଚଳ ଏବେ ସାହାଣ ମେଲା ରହିଛି । ଶାରୀରିକ ଅସୁସ୍ଥତା ଓ ଚିକିତ୍ସା ଆଳ ଦେଖାଇ ବିଭିନ୍ନ ସମୟରେ କୋଲକାତାରୁ ଓଡ଼ିଆ ଶ୍ରମିକ ମେଦିନିପୁର ଦେଇ ଆମ୍ବୁଲାନ୍ସରେ ଆସି ସେମାନଙ୍କ ଗନ୍ତବ୍ୟସ୍ଥଳରେ ଆସି ପହଞ୍ଚୁଥିବା ଶୁଣିବାକୁ ମିଳିଛି । ସେହିପରି କେତେକ ଆମ୍ବୁଲାନ୍ସ ଏସ୍ସିବି ମେଡିକାଲ ଏବଂ ନର୍ସିଂହୋମ୍ରେ ରୋଗୀଙ୍କୁ ଛାଡ଼ି ଦେବା ପରେ ଉକ୍ତ ଗାଡ଼ିରେ ଲୋକଙ୍କୁ ବୁହାଇ ନେଇ ବାଟେଘାଟେ ଛାଡୁଥିବା ଅଭିଯୋଗ ହେଉଛି । ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ହୋଇଥିବା ପୁଲିସ୍ କର୍ମଚାରୀମାନଙ୍କ ନିଷ୍କ୍ରିୟତା ଯୋଗୁଁ ରାଜ୍ୟ ବାହାରୁ ବିଭିନ୍ନ ସମୟରେ ଲୋକେ ଚକ୍ମା ଦେଇ ଯାଆସ କରୁଥିବା ଜଣାଯାଇଛି ।
ବାହାର ରାଜ୍ୟର ରୋଗୀମାନେ ଚିକିତ୍ସା ପାଇଁ ଭର୍ତ୍ତି ହେବା ସମ୍ପର୍କରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିଦେ୍ର୍ଧଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, କିଛି ଦିନ ହେଲା ଆମେ ପଡେ଼ାଶୀ ରାଜ୍ୟର ରୋଗୀଙ୍କୁ ଭର୍ତ୍ତି କରିବା ଉପରେ କଟକଣା ଜାରି କରିଛୁ । କରୋନା ସଂକ୍ରମଣ ଆଶଙ୍କାକୁ ଏଡ଼ାଇବା ପାଇଁ ଏବଂ କର୍କଟ ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ନିଦେ୍ର୍ଧଶକ ଡାକ୍ତର ଷଡ଼ଙ୍ଗୀ କହିଛନ୍ତି ।
Comments are closed, but trackbacks and pingbacks are open.