ବଲାଙ୍ଗୀର/ସମ୍ବଲପୁର,(ବି.ବି.ବୁ୍ୟରୋ): ମହାମାରୀ କରୋନା କଟକଣା ମଧ୍ୟରେ ଆଜି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପର୍ବ ପାଳିତ ହୋଇଛି । ଆଜି ନିର୍ଦ୍ଧାରିତ ଲଗ୍ନରେ ଅଧିÂାତ୍ରୀ ଦେବୀ ମାଁ ସମଲେଶ୍ୱରୀ, ମାଁ ପାଟଣେଶ୍ୱରୀ, ସୁରେଶ୍ୱରୀ, ମାହେଶ୍ୱରୀଙ୍କ ସମେତ ଅଞ୍ଚଳର ଇଷ୍ଟ ଦେବୀଦେବତାଙ୍କ ଠାରେ ନବାନ୍ନ ଲାଗି ହୋଇଛି । ତେବେ ଏଥର କୋଭିଡ୍ କଟକଣା ଯୋଗୁଁ ନୂଆଁଖାଇ ପର୍ବ ଅବସରରେ ଲୋକେ ମା’ ସମଲେଶ୍ୱରୀଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ସେହିପରି ପରମ୍ପାରିକ ନୂଆଁଖାଇ ଭୋଟ୍ଘାଟ ମଧ୍ୟ ପୂର୍ବବର୍ଷ ଭଳି ପାଳନ ହୋଇପାରି ନାହିଁ । ଲୋକେ ପରମ୍ପରା ଓ ବିଧିରକ୍ଷା ପୂର୍ବକ ଘରେ ଘରେ ନୂଅାଁଖାଇ ପାଳନ କରିଛନ୍ତି । କରୋନା କଟକଣା ଯୋଗୁଁ ସମଲେଶ୍ୱରୀ ମନ୍ଦିର ବନ୍ଦ ରହିଥିବାରୁ ଲୋକେ ମାଁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ତେବେ ଶ୍ରଦ୍ଧାଳଙ୍କ ପାଇଁ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଗମ୍ଭୀରା ପୂଜା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ଫେସବୁକ୍ରେ ଲାଇଭ୍ ପ୍ରସାରଣ କରାଯାଇଥିଲା ।
ନୂଆଁଖାଇ ଅବସରରେ ଆଜି ଅଧିÂାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ ଲାଗି ଭୋର୍ରୁ ଉପକ୍ରମ ଆରମ୍ଭ ହୋଇଥିଲା । ପ୍ରାତଃ ପୂଜା ପରେ ଗମ୍ଭୀରା ଓ ପାଶ୍ୱର୍ ଦେବାଦେବୀଙ୍କ ଠାରେ ସକାଳ ସାଢେ଼ ୮ଟାରେ ପୂଜକମାନେ ବନା ବା ଝୋଟି ଆଙ୍କିଥିଲେ । ପୂର୍ବାହ୍ନ ୯ଟା ୧୫ ମିନିଟରେ ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ସହ ପୂଜକ ଗଙ୍ଗାଧର ରାୟ, କୋଦଣ୍ଡ ରାୟ ଓ ପ୍ରଶାନ୍ତ ରାୟଙ୍କ ଘରୁ ତଥା ଝାଡ଼ୁଆପଡ଼ାର ବେହେରା ପରିବାରରୁ ଦେବୀଙ୍କ ପାଇଁ ନବାନ୍ନ ଭୋଗ ଆସିଥିଲା । ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ସହ ପ୍ରାୟ ୧୫ ଜଣ ପୂଜକ ନିର୍ଦ୍ଧାରିତ ଲଗ୍ନ ୯ଟା ୩୫ ରୁ ୯ଟା ୫୦ ମିନିଟ ମଧ୍ୟରେ ଦେବୀଙ୍କୁ ନୂଆ ଚାଉଳ, କ୍ଷିରୀ, ପିଠା, ସାରୁ ସାଗ ଆଦି ଭୋଗ ଲାଗି କରାଯାଇଥିଲା । ନୂଅାଁଭୋଗ ଲାଗିଲା ବୋଲି ଶୁଭଶଙ୍ଖ ବାଦନ ପରେ ୯ଟା ୫୫ ମିନିଟ ବେଳକୁ ଗମ୍ଭୀରା ଭିତରୁ ପୂଜକମାନେ ବାହାରି ମନ୍ଦିର ବେଢ଼ାରେ ଥିବା ପାଶ୍ୱର୍ ଦେବାଦେବୀ ଉଗ୍ରତାରା, ନାରସିଂହୀ, ଦୁର୍ଗା, ମଙ୍ଗଳା, ହନୁମାନ, ଜ୍ୱାଳାମୁଖି, ବନଦୁର୍ଗା, ବାରାହୀ, ଶୀତଳା, ଘଣ୍ଟାସିନୀ, ବଞ୍ଜାରୀ, ରାମଚଣ୍ଡୀ, କାଳୀ, ଭୈରବୀ, ସିଦ୍ଧିଦାତ୍ରୀଙ୍କ ସହ ମନ୍ଦିର ପରିସରରେ ଥିବା ସମସ୍ତ ୧୧୫ ପାଶ୍ୱର୍ ଦେବାଦେବୀଙ୍କ ଠାରେ ନବାନ୍ନ ଲାଗି ହୋଇଥିଲେ । ପରେ ପୂଜକମାନେ ବଡ଼ବଜାର କେଉଟପଡ଼ାର ଘୁଡ଼ାଘାଟ ମନ୍ଦିର, ଧୋବାପଡ଼ାର ଘିକୁଣ୍ଡି ମନ୍ଦିର ଓ ସୁନାରିପଡ଼ାର ହନୁମାନ ମନ୍ଦିରରେ ମଧ୍ୟ ନବାନ୍ନ ଲାଗି କରିଥିଲେ । ସମସ୍ତ ପାଶ୍ୱର୍ଦେବଦେବୀଙ୍କ ନବାନ୍ନ ଲାଗି ପରେ ମାଁଙ୍କ ମହାଆଳତୀ କରାଯାଇଥିଲା । ସେହିପରି ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ନୂଆପଡ଼ା, ଦେବଗଡ଼, ବୌଦ୍ଧ ଜିଲ୍ଲା ତଥା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ ମଧ୍ୟ ଅଧିÂାତ୍ରୀ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ ସହ ଲୋକେ ନୂଅାଁ ଖାଇଛନ୍ତି ।
ନୂଆଁଖାଇ ଅବସରରେ ପ୍ରତିବର୍ଷ ସହସ୍ରାଧିକ ଭକ୍ତ ମାଁଙ୍କ ଦର୍ଶନ କରିଥାନ୍ତି । କିନ୍ତୁ ଏବର୍ଷ କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ମନ୍ଦିର ପରିସର ଶୂନଶାନ ରହିଥିଲା । ଏବର୍ଷ ପାରମ୍ପାରିକ ଜୁହାର୍ ଭେଟ୍ ଉତ୍ସବ ମଧ୍ୟ ଆୟୋଜିତ ହୋଇ ନାହିଁ । ଭର୍ଚୁଆଲ ଭାବେ ଅନ୍ଲାଇନ୍ରେ ସାଂସ୍କୃତିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ ଇତ୍ୟାଦି ଅନୁÂିତ ହୋଇଛି ।
ସେହିପରି ଆଜି ଭୋର ସକାଳୁ ପରିବାର ସଦସ୍ୟମାନେ ଗାଧୁଆପାଧୁଆ ସାରି ଯିଏ ଯାହାର ଦାୟିତ୍ୱ ଅନୁଯାୟୀ କାର୍ଯ୍ୟରେ ଲାଗିଯାଇଥିଲେ । ମହିଳାମାନେ ପୂର୍ବରୁ ଝାଙ୍କର (ଗ୍ରାମଦେବୀ ପୂଜକ) ଦେଇଥିବା ନୂଅାଁ ଧାନରୁ ପ୍ରସ୍ତୁତ ଚାଉଳରେ ଚୁରା (ନବାନ୍ନ), ଖିରୀ ସହ ପିଠାପଣା ତିଆରିରେ ଲାଗିପଡ଼ିଥିବା ବେଳେ ଚାଷୀ ପରିବାରର ମୁରବିମାନେ କ୍ଷେତକୁ ଯାଇ କ୍ଷୀର ଢାଳି କ୍ଷେତ ପୂଜା କରିଥିଲେ । ଏହାପରେ ନିଜ ଅଞ୍ଚଳର ଦେବୀଦେବତାଙ୍କ ଲଗ୍ନ ଅନୁଯାୟୀ ଘରେ ପୂଜାର୍ଚ୍ଚନା ସହ ବରିÂତମ ସଭ୍ୟଙ୍କ ହାତରୁ ପରିବାରର ସମସ୍ତେ ନୂଅାଁ ଖାଇଥିଲେ । କୋଭିଡ୍ କଟକଣା ଯୋଗୁଁ ଏଥର ନୂଆଁଖାଇ ପର୍ବ ଫିକା ପଡିଛି ।
Comments are closed, but trackbacks and pingbacks are open.