କଟକଣା ସାମାନ୍ୟ କୋହଳ

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମିଛି । ମାତ୍ର ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ରାଜ୍ୟରେ ଲକଡାଉନ୍ ପୁଣି ବଢ଼ିଛି । ଆସନ୍ତା ଜୁଲାଇ ପହିଲା ଯାଏ ରାଜ୍ୟରେ ଲକଡାଉନ୍ ବଳବତ୍ତର ରହିବ । ତେବେ ପୂର୍ବ କଟକଣାରେ ସରକାର କିଛି କୋହଳ କରିଛନ୍ତି । ଜିଲ୍ଲାଗୁଡ଼ିକର ସଂକ୍ରମଣ ହାରକୁ ନେଇ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ସଂକ୍ରମଣ ହାର କମ୍ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାକୁ ‘ବର୍ଗ-କ’ରେ ନିଆଯାଇ ଅଧିକ କଟକଣା କୋହଳ କରାଯାଇଛି । ଉପକୂଳ ଓଡ଼ିଶାର ୧୩ ଜିଲ୍ଲାକୁ ‘ବର୍ଗ-ଖ’ରେ ନିଆଯାଇ କଟକଣା ସର୍ତ୍ତରେ ସରକାର କିଛି କୋହଳ ମଧ୍ୟ କରିଛନ୍ତି ।
ସରକାର ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇଛନ୍ତି । ଆସନ୍ତାକାଲି (ଗୁରୁବାର) ସକାଳ ୫ରୁ ଜୁଲାଇ ୧ ସକାଳ ୫ ଯାଏ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି । ତେବେ ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ୍ ଓ ରାତ୍ରି କର୍ଫୁ୍ୟ ବଳବତ୍ତର ରହିବ । ବର୍ଗ-କ ୧୭ ଜିଲ୍ଲାରେ (ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ,ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି,ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼)ସକାଳ ୬ରୁ ଅପରାହ୍ନ ୫ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଖ-ବର୍ଗରେ ଥିବା ୧୩ ଜିଲ୍ଲା (ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର, ଢେ଼ଙ୍କାନାଳ, ଅନୁଗୁଳ ଓ ମୟୂରଭଞ୍ଜ)ରେ ସକାଳ ୬ରୁ ଅପରାହ୍ନ ଗୋଟାଏ ଯାଏ ଦୋକାନ ଖୋଲିବ ।
ଦୁଗ୍ଧଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନ ଖୋଲା ରହିବ । ଗାଡି ସୋରୁମ୍ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ତେବେ ସାଧାରଣ ଯାତ୍ରୀ ପରିବହନ ପାଇଁ ଏବେ ବସ୍ ଚାଲିବନି । ଧର୍ମାନୁÂାନକୁ ଭକ୍ତଙ୍କ ପ୍ରବେଶ ଅନୁମତି ଦିଆଯାଇ ନାହିଁ । ଶିକ୍ଷାନୁÂାନ, ମଲ୍, ଜିମ୍, ପାର୍ଲର, ସିନେମା ହଲ୍, ଯାତ୍ରାକୁ ବାରଣ କରାଯାଇଛି । ଗ୍ୟାରେଜ୍, ସାଇକେଲ ଦୋକାନ, ଶିଳ୍ପସଂସ୍ଥା ସହ ରାସ୍ତାକଡ଼ ଖାଦ୍ୟ ଦୋକାନ ଖୋଲିବ । କେବଳ ପାର୍ସଲ ନେଇ ହେବ । ମାତ୍ର ସଂକ୍ରମଣ ବଢ଼ିଲେ ଜିଲ୍ଲାପାଳ ଓ ସଂପୃକ୍ତ କମିଶନର କାର୍ଯ୍ୟାନୁÂାନ ସହ ପଦକ୍ଷେପ ଗ୍ରହଣ କରିପାରିବେ ।
ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଜନସାଧାରଣ ଏଥିରେ ଯଥେଷ୍ଟ ସହଯୋଗ କରିଛନ୍ତିି । ମାତ୍ର ଲକଡାଉନ୍ ସମ୍ପୂର୍ଣ୍ଣ ଉଠାଇନେବା ଭଳି ସ୍ଥିତି ପାଇଁ ଆଉ କିଛି ଦିନ ସମୟ ଲାଗିବ । ତେଣୁ ସରକାର ଆସନ୍ତା ପହିଲା ଯାଏ ୧୪ ଦିନ କିଛି କଟକଣା କୋହଳ କରି ଲକଡାଉନ୍ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପଜିଟିଭ୍ ହାର ଦୁଇ ସପ୍ତାହ ତଳେ ୧୫ଧ ଥିଲା । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏହା ପ୍ରାୟ ୬ଧ କୁ ଖସିଛି । ତେଣୁ ଏହି ଜିଲ୍ଲାଗୁଡ଼ିକରେ ଅପେକ୍ଷାକୃତ ଅଧିକ କଟକଣା କୋହଳ କରାଯାଇଛି । ମାତ୍ର ଉପକୂଳ ଓଡ଼ିଶାରେ ଏବେ ବି ଦିନକୁ ଶହ ଶହ ପଜିଟିଭ ଚିହ୍ନଟ ହେଉଛନ୍ତି । ତେଣୁ ସରକାର ଏ ଜିଲ୍ଲାଗୁଡ଼ିକରେ କିଛି କଟକଣା କୋହଳ କରିଛନ୍ତି ।
ପୂର୍ବଭଳି ଅନ୍ୟ ସମସ୍ତ କଟକଣା ବଳବତ୍ତର ରହିବ । ବାହାଘର, ବ୍ରତଘର, ଅନ୍ତେ୍ୟଷ୍ଟିରେ କୌଣସି ଭୋଜି ଭାତ ହୋଇପାରିବିନି । ନିୟମ ଅନୁଯାୟୀ ବାହାଘରରେ ୨୫ ଜଣ ଏବଂ ବ୍ରତ ଓ ଅନ୍ତେ୍ୟଷ୍ଟିରେ ସର୍ବାଧିକ ୨୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ମିଳିବ । ପୂର୍ବଭଳି ମାଲ୍ ପରିବହନ ଗାଡ଼ି ଚଳପ୍ରଚଳ କରିପାରିବ । ସ୍ୱାସ୍ଥ୍ୟ ସେବା, କୃଷି, ଶିଳ୍ପ, ବ୍ୟାଙ୍କ, ଜରୁରୀ ସେବା, ଟେଲିକମ, ବିଦୁ୍ୟତ ସେବା, ଜଳ ଯୋଗାଣ ଆଦି କାର୍ଯ୍ୟକୁ କଟକଣାମୁକ୍ତ ରଖାଯାଇଛି । ଅନଲାଇନ ସାମଗ୍ରୀର ହୋମ ଡେଲିଭରି, ଖାଦ୍ୟ ସାମଗ୍ରୀ ଡେଲିଭରିକୁ ଅନୁମତି ଦିଆଯାଇଛି । ସକାଳ ୬ରୁ ୯ ଯାଏ ପ୍ରାତଃଭ୍ରମଣକୁ ଅନୁମତି ମିଳିଛି । ସାର ଓ ବିହନ ଦୋକାନ ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପାଇଁ ଆନୁଷଙ୍ଗିକ ଦୋକାନ ଖୋଲିବାକୁ କଟକଣାରୁ ବାଦ୍ ଦିଆଯାଇଛି । ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପଜିଟିଭ୍ ହାର କମିଥିବାରୁ ଏ ଦୁଇ ରାଜ୍ୟର ସୀମାନ୍ତରେ ପ୍ରବେଶ କଟକଣାକୁ କୋହଳ କରାଯିବ । ମାତ୍ର ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସୀମାରେ କଟକଣା ବଳବତ୍ତର ରହିଛି ।
ଲକଡାଉନ ସମୟରେ କରୋନା ପରୀକ୍ଷା, ଟିକାକରଣକୁ କଟକଣାମୁକ୍ତ ରଖାଯାଇଛି । ତେବେ ସାଧାରଣ ସଭା, ସାମୂହିକ ସାମାଜିକ ଉତ୍ସବ ଉପରେ କଟକଣା ବଳବତ୍ତର ରଖାଯାଇଛି । ଚାଷ କାର୍ଯ୍ୟ ପାଇଁ ଆନୁଷଙ୍ଗିକ ସମସ୍ତ ସାମଗ୍ରୀ ଦୋକାନ ଖୋଲିବା ସହ ବିକ୍ରିବଟାକୁ ଅନୁମତି ଦେଇଛନ୍ତି ସରକାର । ଯେଉଁସବୁ ଦୋକାନ ଖୋଲିବ ସେଠାରେ ସାମାଜିକ ଦୂରତା ସହ କୋଭିଡ୍ କଟକଣା ମାନିବାକୁ କୁହାଯାଇଛି ।
ରାଜ୍ୟରେ କରୋନା ଶୀର୍ଷକୁ ଛୁଇଁସାରି ଏବେ ତଳମୁହାଁ ହୋଇଛି । ଜନସାଧାରଣ ସହଯୋଗ ଜାର ରଖିଲେ ଆଉ କିଛିଦିନ ମଧ୍ୟରେ ରାଜ୍ୟରୁ ଏ ବିପଦ ଟଳିବ । ତେଣୁ ରାଜ୍ୟବାସୀ କରୋନା ଗାଇଡଲାଇନ୍ ମାନିବାକୁ ମୁଖ୍ୟ ସଚିବ ଅନୁରୋଧ କରିଛନ୍ତି । ଲକଡାଉନ କଟକଣା ପାଳନ କରିବାକୁ ନିବେଦନ କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons