କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

Get real time updates directly on you device, subscribe now.

ଭୁବନେଶ୍ବର: କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା । ଏନେଇ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଲୋକସେବା ଭବନରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ନଗର ଉନ୍ନୟନ ବିଭାଗ ସମେତ, ସଂସ୍କୃତି ଓ ପର୍ୟ୍ୟଟନ ବିଭାଗର ମନ୍ତ୍ରୀ ଓ ସଚିବ ଉପସ୍ଥିତ ଥିଲେ ।
କଟକ ବାଲିଯାତ୍ରାକୁ ଅବହେଳା କରାଯାଉଥିବା ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିଲା । ଏଥିପାଇଁ କଟକର ବିଭିନ୍ନ ସଙ୍ଗଠନ ବାଲିଯାତ୍ରା ପ୍ରତି ସରକାରୀ ଉଦାସୀନତାକୁ ଦାୟୀ କରିଥିଲେ । ଏହାକୁ ରାଷ୍ଟ୍ରୀୟ ଉତ୍ସବର ମାନ୍ୟତା ଦାବି କରି ବିଭିନ୍ନ ସଂଗଠନ ଦାବି କରି ଆସୁଥିଲେ।
ଚଳିତବର୍ଷ ବାଲିଯାତ୍ରା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ । ତେବେ ବାଲିଯାତ୍ରା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ଏହାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେଇ ଏହି ଉତ୍ସବକୁ ଗୁରୁତ୍ବ ଦେଉଥିବା ସନ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons