କଟକ ସହରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ନୁ୍ୟଜ୍): ରାଜ୍ୟରେ ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଟକ ଜିଲଲାର । ଆଉ ସେହି ବ୍ୟକ୍ତି ଜଣଙ୍କ କଯକ ସହରର ବୋଲି କଟକ ମହାନଗର ନଗମ (ସିଏମ୍ସି) ପକ୍ଷରୁ ସୂଚନା ଦିଆଯାଇଛି । ସିଏମ୍ସି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଏହି କରୋନା ଆକ୍ରାନ୍ତ ଜଣଙ୍କ ପୁରୁଷ । ତାଙ୍କ ବୟସ ୫୫ବର୍ଷ । ସେ ମହାନଦୀ ବିହାର ଅଞ୍ଚଳର । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି । ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ ଓ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ଏହାକୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୧୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮ ଜଣ ଚିକିତ୍ସାଧୀନ ଅଛନ୍ତି । କଟକ ଜିଲ୍ଲାରେ ଏଯାବତ୍ ୩୪୩ କରୋନା ଆକ୍ରାନ୍ତ ଚହି୍ନଟ ହୋଇଛନ୍ତି । ସେମାନଙ୍କ ମଧରୁ ୧୬୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୭୭ ଜଣ ଚିକିତ୍ସାଧୀନ ଅଛନ୍ତି । ଜଣଙ୍କର ମୃତୁ୍ୟ ଘଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons