କଟକ ସହର ପାଇଁ ଆଉ ୨ଦିନ ବଢ଼ିଲା ସଟ୍ଡାଉନ୍ ଅବଧି

Get real time updates directly on you device, subscribe now.

କଟକ: କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍‌ଡାଉନ୍‌ ଅବଧି। ୧୦ ତାରିଖ ମଧ୍ୟରାତ୍ର ପର୍ୟ୍ୟନ୍ତ ବଳବତ୍ତର ରହିବ ଶଟ୍‌ଡାଉନ୍‌। ବର୍ତ୍ତମାନ ‘କରୋନା’ ସ୍ଥିତିକୁ ଦେଖି ଆସନ୍ତାକାଲି ଶେଷ ହେବାକୁ ଥିଲା କଟକ ସହର ଶଟ୍‌ଡାଉନ୍‌ ଅବଧି। ତେବେ ୧୦ ତାରିଖ ଶୁକ୍ରବାର ଯାଏଁ ବୃଦ୍ଧି କରାଯାଇଥିବା ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ(ସିଏମ୍‌ସି)। ୧୧ ତାରିଖ ଶନିବାର ଓ ୧୨ ତାରିଖ ରବିବାର ପୂରା ଜିଲ୍ଲାରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ରହିବ। ୧୦ ତାରିଖ ଯାଏଁ ସକାଳ ୫ଟାରୁ ସା ୬ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।
ସିଏମ୍‌ସି ଅଞ୍ଚଳରେ ୧୯୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୭୪ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons