ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପରିବେଶକୁ ସ୍ୱଚ୍ଛ ରଖିବା ଉଦେ୍ଧଶ୍ୟରେ କଠିନ ବର୍ଜ୍ୟ ପରିଚାଳନାରେ ଉଲ୍ଲେଖନୀୟ ଅବଦାନ ପାଇଁ ପାରାଦୀପ ଫସ୍ଫେଟ୍ ଲିମିଟେଡ୍ (ପିପିଏଲ୍)କୁ ଆନ୍ତର୍ଜାତିକ ପୁରସ୍କାର ମିଳିଛି । ସର୍କୁକାଲ ଅର୍ଥନୀତି ଦିଗରେ ନିରନ୍ତର ବର୍ଜ୍ୟ ପରିଚାଳନା ସମ୍ପର୍କିତ ନବମ ଆନ୍ତର୍ଜାତିକ ସମ୍ମିଳନୀରେ କମ୍ପାନିକୁ ଏହି ସମ୍ମାନ ମିଳିଛି । ଓଡ଼ିଶା ସରକାରଙ୍କ ହାଉସିଂ ଓ ସହରାଞ୍ଚଳ ବିକାଶ ସଚିବ ଜି ମାଥି ଭଥନନ୍ଙ୍କ ନିକଟରୁ ପିପିଏଲ୍ ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ରଞ୍ଜିତ ସିଂହ ଚୁଘ୍, ପରିବେଶ ପରିଚାଳନା ଡିଜିଏମ୍ ଅମ୍ବିକେଶ ମିଶ୍ର ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି ।
Comments are closed, but trackbacks and pingbacks are open.