କଠୋର ମୋଟର ଯାନ ଆଇନ:୧୮ ରାଜ୍ୟରୁ ୫୭୭ କୋଟି ଜରିମାନା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚଳିତବର୍ଷ ସେପ୍ଟେମ୍ବର ପହିଲାରୁ ଦେଶରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି । ଏଥିରେ ମୋଟର ଆଇନକୁ ଅଧିକ କଠୋର କରାଯାଇଛି । ଜରିମାନା ପରିମାଣ ଅନେକ ଗୁଣା ବୃଦ୍ଧି କରାଯାଇଛି । କେତେକ ରାଜ୍ୟ ଏହାକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ବେଳେ ଆଉ କିଛି ରାଜ୍ୟ ନିୟମ କିଛିଦିନ ପାଇଁ କୋହଳ କରିଛନ୍ତି । ତେବେ ସଂଶୋଧିତ ଆଇନରେ ୧୮ ରାଜ୍ୟର ଟ୍ରାଫିକ୍ ପୁଲିସ ପାଖାପାଖି ୫୭୭.୫ କୋଟି ଟଙ୍କାର ଜରିମାନା ଆଦାୟ କରିଥିବା ଜଣାପଡ଼ିଛି ।
ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଲାଗୁ କରାଯାଉଛି । ଉତ୍ତର ପ୍ରଦେଶରେ ସର୍ବାଧିକ ୨୦୧.୯ କୋଟି ଟଙ୍କାର ଜରିମାନା ଆଦାୟ ହୋଇଥିବା ବେଳେ ଏହା ପଛକୁ ଗୁଜରାଟ ଓ ବିହାର ରହିଛି । ଗୋଆରେ ସର୍ବନିମ୍ନ ୫୮ଟି ଚାଲାଣ କଟାଯାଇଛି । ରାଜ୍ୟର ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ପାଖାପାଖି ୭,୮୦୦ ଟଙ୍କାର ଜରିମାନା ଆଦାୟ ହୋଇଛି ।
ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ମାତ୍ର ୬,୪୧୬ଟି ଚାଲାଣ କଟାଯାଇଛି, ଯେଉଁଥିରୁ ପାଖାପାଖି ୪.୧୬ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି । ମହାରାଷ୍ଟ୍ର ଏ ପର୍ଯ୍ୟନ୍ତ ନୂଆ ମୋଟର ଯାନ ଆଇନ ବାବଦରେ ବିଜ୍ଞପ୍ତି ପ୍ରକାଶ କରିନାହିଁ । ତେଣୁ ଏହି ରାଜ୍ୟରେ ଟ୍ରାଫିକ୍ ଜରିମାନା ବୃଦ୍ଧି ପାଇନାହିଁ । ଆଉ କିଛି ରାଜ୍ୟରେ ମଧ୍ୟ ଏ ପର୍ଯ୍ୟନ୍ତ ନୂଆ ମୋଟର ଯାନ ଆଇନ ଲାଗୁ ହୋଇନାହିଁ ।
ଲୋକସଭାରେ ଏକ ଲିଖିତ ଉତ୍ତରରେ ସଡ଼କ ପରିବହନ ମନ୍ତ୍ରାଳୟ ଦର୍ଶାଇଛି ଯେ ସମସ୍ତ ରାଜ୍ୟରୁ ହାସଲ କରାଯାଇଥିବା ତଥ୍ୟ କେନ୍ଦ୍ର ସରକାରଙ୍କ ବାହନ ଓ ସାରଥି ଡାଟାବେସ୍ରେ ଉପଲବ୍ଧ ରହିଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି, ରାଜ୍ୟଗୁଡ଼ିକ ଦ୍ୱାରା କଟାଯାଇଥିବା ଚାଲାଣ କୋର୍ଟକୁ ଯାଇଥାଏ । ତେଣୁ ଏ ବାବଦରେ ଠିକ୍ ତଥ୍ୟ ରହିଛି । କିନ୍ତୁ ଟ୍ରାଫିକ୍ ପୁଲିସ ଦ୍ୱାରା ପ୍ରକୃତରେ କେତେ ଟଙ୍କାର ଜରିମାନା ଆଦାୟ ହୋଇଛି, ସେ ନେଇ ଠୋସ୍ ସୂଚନା ନାହିଁ । ତଥାପି ୧୮ ରାଜ୍ୟରେ ୫୭୭.୫ କୋଟି ଟଙ୍କାର ଜରିମାନା ଆଦାୟ ହୋଇଥିବା ଆକଳନ କରାଯାଇଛି ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଲୋକସଭାରେ ଜଣାଇଛି ଯେ ନୂଆ ଆଇନ ଲାଗୁ ହେବା ପରଠାରୁ ସଡ଼କରେ ଦୁର୍ଘଟଣା ସଂଖ୍ୟା କମିଛି । ୨୦୧୮ ସେପ୍ଟେମ୍ବର-ଅକ୍ଟୋବର ତୁଳନାରେ ଚଳିତବର୍ଷ ଏହି ଦୁଇଟି ମାସରେ ଦୁର୍ଘଟଣାଜନିତ ମୃତୁ୍ୟ ହ୍ରାସ ପାଇଛି । ଉଦାହରଣ ସ୍ୱରୂପ ଉତ୍ତର ପ୍ରଦେଶରେ ସଡ଼କ ଦୁର୍ଘଟଣା ଯୋଗୁ ୨୦୧୮ ସେପ୍ଟେମ୍ବର-ଅକ୍ଟୋବରରେ ୧,୫୦୩ ଜଣ ଲୋକ ପ୍ରାଣ ହରାଇଥିଲେ । ୨୦୧୯ରେ ତାହା ୧,୩୫୫କୁ ହ୍ରାସ ପାଇଛି । ଉତ୍ତରାଖଣ୍ଡରେ ଗତବର୍ଷ ୭୮ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ବେଳେ ଚଳିତବର୍ଷ ଏହା ୬୧କୁ ହ୍ରାସ ପାଇଛି । ଗୁଜରାଟରେ ଏହି ମୃତୁ୍ୟ ସଂଖ୍ୟା ପାଖାପାଖି ୧୪ଧ କମିଛି । ଗତବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ରାଜ୍ୟରେ ୫୫୭ ଲୋକ ପ୍ରାଣ ହରାଇଥିଲା ବେଳେ ଚଳିତବର୍ଷ ଏହା ୪୮୦କୁ ଖସିଛି ।
ମନ୍ତ୍ରାଳୟ କହିଛି ଯେ ନୂଆ ମୋଟର ଯାନ ଆଇନ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କିଭଳି ଲାଗୁ ହେଉଛି, ସେ ବାବଦରେ କିଛି ସୂଚନା ନାହିଁ । କିନ୍ତୁ ଏ ପର୍ଯ୍ୟନ୍ତ ଅଧିକାଂଶ ରାଜ୍ୟ ନୂଆ ମୋଟର ଯାନ ଆଇନ ନେଇ ବିଜ୍ଞପ୍ତି କିମ୍ବା ନିଦେ୍ର୍ଧଶାବଳି ଜାରି କରିନାହାନ୍ତି । ସଂଶୋଧିତ ଜରିମାନା ନେଇ ଏମାନେ କିଛି ବି ଜଣାଇ ନାହାନ୍ତି ।
କୋଲକାତାରେ ଏ ପର୍ଯ୍ୟନ୍ତ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ଏହା ସ୍ପଷ୍ଟ ମଧ୍ୟ କରିଥିଲେ । ସେ କହିଥିଲେ, ‘ନିରାପଦ ଗାଡ଼ି ଚାଳନା, ନିରାପଦ ଜୀବନ’ ଅଭିଯାନ ରାଜ୍ୟରେ ଦୁର୍ଘଟଣା ହ୍ରାସ କରିବାରେ ସମର୍ଥ ହୋଇଛି । ଦୁର୍ଘଟଣାଜନିତ ମୃତୁ୍ୟ ସଂଖ୍ୟା କମାଇବା ଲାଗି ଏହିଭଳି ଆହୁରି ଅନେକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ । ଲୋକଙ୍କ ଉପରେ ଏତେ କଠୋର ଆଇନ ଜୋରଜବରଦସ୍ତ ଲଦିଦେବା ଉଚିତ ନୁହେଁ । ତେଣୁ ରାଜ୍ୟ ସରକାର କୌଣସିମତେ ଏହି ନୂଆ ଆଇନ ଲାଗୁ କରିବେ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons