
କଟକ,(ବି.ବି.ବୁ୍ୟରୋ): କରୋନା ସଂକ୍ରମଣ ଏବେ ଦିନକୁ ଦିନ ବୃଦ୍ଧି ପାଇଛି । ସରକାରଙ୍କ ଦ୍ୱାରା ଜାରି ହୋଇଥିବା କଟକଣାକୁ କାର୍ଯ୍ୟକାରୀ କରିବାକୁ ପାଇଁ ପୁଲିସ୍କୁ କରୋନା ଏନ୍ଫୋର୍ସମେଣ୍ଟ କାର୍ଯ୍ୟକୁ ଆହୁରି କଡ଼ାକଡ଼ି କରିବାକୁ ଡିଜି ଶ୍ରୀ ଅଭୟ ଏସ୍ପିମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପୁଲିସ୍ ମୁଖ୍ୟାଳୟରେ ଡିଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ସମକ୍ଷା ବୈଠକରେ କରୋନା ସମୟରେ ପୁଲିସ୍ର କାର୍ଯ୍ୟଧାରା ଏବଂ ଅପରାଧ ନିୟନ୍ତ୍ରଣ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଜାତୀୟ ରାଜପଥ(ଏନଏଚ୍)ରେ ଏବେ ଅପରାଧିକ କାର୍ଯ୍ୟ ଏବଂ ଦୁର୍ଘଟଣା ସମସ୍ୟା ବୃଦ୍ଧି ପାଇଛି । ଉକ୍ତ ସମସ୍ୟାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଏସ୍ପିମାନଙ୍କୁ ଡିଜି ପରାମର୍ଶ ଦେଇଛନ୍ତି । ସେହିପରି ଅପରାଧିକ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଶାଣିତ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରିବା ସହ ଅଦାଲତରେ ଦୋଷୀ ସାବ୍ୟସ୍ତ କରାଇବା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଡାଏଲ ୧୧୨ର ପରିଚାଳନା, ଇ-ଅଭିଯାଗର ତଦନ୍ତ ସମ୍ପର୍କିତ ସମୀକ୍ଷା, ବିଭିନ୍ନ ମାମଲାର ତଦନ୍ତ ସମ୍ପର୍କିତ ରେକର୍ଡର ଡିଜିଟାଇଜେସନ୍, ମାଲଖାନା ପରିମାପର ମାନ, ୱାରେଣ୍ଟ ଧରପଗଡ଼, ଏମ୍-ପୁଲିସ ବ୍ୟବସ୍ଥାରେ ପାସପାର୍ଟ ଯାଞ୍ଚ୍, ନିଶା କାରବାର ସଂକ୍ରାନ୍ତୀୟ ମାମଲାରେ ବିଚାର ପ୍ରକ୍ରିୟା ସଂକ୍ରାନ୍ତୀୟ ନିଷ୍ପତ୍ତି, ଥାନାରେ ଜବତ ହୋଇ ବର୍ଷବର୍ଷ ହେଲା ପଡିରହିଥିବା ଗାଡିମୋଟରଗୁଡିକର ବ୍ୟବସ୍ଥାପନ, ବିଚାର ପ୍ରକ୍ରିୟାରେ ପୁଲିସ ସାକ୍ଷୀଙ୍କ ଉପସ୍ଥତି ଆଦି ବିଷୟରେ ସମୀକ୍ଷା କରିଥିଲେ । ଡିଜିଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ଏସ୍ପି, କମିସନରେଟ୍ ପୁଲିସ୍ର ଡିସିପି, କଟକ ଓ ରାଉରକେଲା ରେଳବାଇ ଏସ୍ପିଙ୍କ ସମେତ ସମସ୍ତ ରେଞ୍ଜ ଆଇଜି, ଡିଆଇଜି, ପୁଲିସ କମିସନରଙ୍କ ସମେତ ଅତିରିକ୍ତ ଡିଜି (ପୁଲିସ୍ ହେଡ କ୍ୱାର୍ଟର୍ସ), ଲ’ ଆଣ୍ଡ୍ ଅର୍ଡର ଅତିରିକ୍ତ ଡିଜି, କ୍ରାଇମବ୍ରାଞ୍ଚ ଆଇଜିଙ୍କ ସମେତ ବହୁ ବରିÂ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଛତିଶଗଡରେ ମାଓବାଦୀଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ଉଦେ୍ଧଶ୍ୟରେ ବରିÂ ଅଧିକାରୀମାନେ ଦୁଇମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
Comments are closed, but trackbacks and pingbacks are open.