ଭୁବନେଶ୍ୱର, (ବି.ବି.ବୁ୍ୟରୋ): କରୋନା ବିରୋଧରେ ଲଢେ଼ଇ ଚାଲିଥିବା ବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦେବାରେ ଦ୍ୱଦ୍ଧା ପ୍ରକାଶ କରୁଛନ୍ତି । ଏପରିକି ବହୁ ସମୟରେ ରୋଗୀଙ୍କୁ ଫେରାଇ ଦେଉଛନ୍ତି । ଏମିତି କିଛି ଘଟଣା ସାମ୍ନାକୁ ଆସିବା ପରେ ଘରୋଇ ହସ୍ପିଟାଲଗୁଡିକୁ ଚରମବାଣୀ ଶୁଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିଦେ୍ର୍ଧଶାଳୟ । ଏପରି ଅଭେିଯାଗ ଆସିଲେ ସଂପୃକ୍ତ ହସ୍ପିଟାଲ କିମ୍ବା ନର୍ସିଂହୋମ୍ର ରେଜିଷ୍ଟେସନ ରଦ୍ଧ କରାଯିବ ବୋଲି ନିଦେ୍ର୍ଧଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ବିଶେଷ କରି ଡାଇଲେସିସ୍, ରକ୍ତ ସଂକ୍ରମଣ, କେମୋଥେରାପି ନେଉଥିବା ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ସମେତ ଜଟିଳ ସେବା ଯୋଗାଇବା ନିମନ୍ତେ କିଛି ଘରୋଇ ହସ୍ପିଟାଲ ଦ୍ୱଦ୍ଧା ପ୍ରକାଶ କରୁଛନ୍ତି । ତେଣୁ ଏକ୍ଷେତ୍ରରେ ଯତ୍ନବାନ ହେବା ସହ ରୋଗୀଙ୍କୁ ନ ଫେରାଇବାକୁ ବିଭାଗ ପକ୍ଷରୁ କଡ଼ା ନିଦେ୍ର୍ଧଶ ଦିଆଯାଇଛି । ଏଥିସହ ୫ ବର୍ଷ ବୟସରୁ କମ୍ ବୟସ୍କ ଶିଶୁ, ସଂକ୍ରମଣ ରୋଗୀଙ୍କୁ ନ ଫେରାଇ ସେବା ଯୋଗାଇବାକୁ ନୋଟିସ୍ରେ ଉଲ୍ଲେଖ କରାଯାଇଛି । ଯେଉଁ ମେଡିକାଲଗୁଡିକ ନିଦେ୍ର୍ଧଶର ଲିଲାପ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁÂାନ ନିଆଯିବ । ଏପରିକି ସମ୍ପୃକ୍ତ ହସ୍ପିଟାଲ କିମ୍ବା ନର୍ସିଂହୋମର ରେଜିଷ୍ଟେସନ ରଦ୍ଧ କରାଯିବ ବୋଲି ନିଦେ୍ର୍ଧଶନାମାରେ ସ୍ପଷ୍ଟ ଭାବେ ଲେଖାଯାଇଛି ।
Comments are closed, but trackbacks and pingbacks are open.