ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜଧାନୀର ଡୁମୁଡୁମା ଅଞ୍ଚଳରେ ଥିବା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । କୌଣସି ଟ୍ରାଭେଲ ହିଷ୍ଟି୍ର ନ ଥାଇ ମଧ୍ୟ ଏହି ବସ୍ତିରୁ ୬ କରୋନା ଆକ୍ରାନ୍ତ ଚିହ୍ନଯ ହେବା ପରେ ବିଏମ୍ସି ପକ୍ଷରୁ ଏପରି କଟକଣା ଲାଗୁ କରାଯାଇଛି । ବସ୍ତିର ୩୦୦ ଘରକୁ କଣ୍ଟେନମେଣ୍ଟ ଜୋନ୍ରେ ରଖାଯାଇଥିବା ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ ନଂ ୩୨୩ ଯାଏ ଅଞ୍ଚଳକୁ କଣ୍ଟେନମେଣ୍ଟନ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହାବ୍ୟତୀତ , ପ୍ଲଟ ନଂ ୩୨୩ରୁ ପ୍ଲଟ ନଂ ୨୬୧ ଓ ୨୫୮ ଯାଏ ଏବଂ ପ୍ଲଟ ନଂ ୨୬୨ ଓ ୨୫୮ ରୁ ହନୁମାନ ମନ୍ଦିର ଯାଏ କଣ୍ଟେନମେଣ୍ଟନ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସଂପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ ପାଇଁ ଜାରି ସମସ୍ତ କଟକଣା ଲାଗୁ ହେବ । ସବୁ ଅଫିସ ବନ୍ଦ ରହିବ, ଲୋକମାନେ ଘରେ ରହିବାକୁ ନିଦେ୍ର୍ଧଶ । ବିଏମ୍ସି କମିଶନର ଶ୍ରୀ ଚୌଧୁରୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.