କଣ୍ଟେନର ସହ ଗଞ୍ଜେଇ ଜବତ, ୨ ଅଟକ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଜିଲ୍ଲାଦେଇ ଗଞ୍ଜେଇ ଚାଲାଣ କମିବା ନାଁ ଧରୁନି । ଗତ ଗୁରୁବାର କୋରାପୁଟରୁ କଳାହାଣ୍ଡି ଚାଲାଣ ହେଉଥିବା ଏକ ଗଞ୍ଜେଇ ମାମଲା ପରେ ଶୁକ୍ରବାର ଆଉ ଏକ ଘଟଣା ପଦାକୁ ଆସିଛି । ନୂଆ ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଏକ କଣ୍ଟେନର ଗାଡିସହ ବହୁ ପରିମାଣର ଗଞ୍ଜେଇ ପୁଲିସ ଏମାନଙ୍କଠାରୁ ଜବତ କରିଛି ।
ସୂଚନା ଅନୁସାରେ, ଲାଇଫ୍ ସେଭିଂ ଡ୍ରଗସ୍ ଲେବୁଲ ଲାଗିଥିବା ଏକ କଣ୍ଟେନର(ୟୁପି୨୧ଏ-୭୫୧୨)ରେ ଏହ ଗଞ୍ଜେଇ ଯାଉଥିଲା । କୋରାପୁଟ ଜିଲ୍ଲା ଜୟପୁରରୁ ଉତ୍ତରପ୍ରଦେଶକୁ ଏହା ଚାଲାଣ ହେଉଥିଲା । ନବରଙ୍ଗପୁର ପୁଲିସକୁ ଏ ସମ୍ପର୍କରେ କୈଣସି ସୂତ୍ରରୁ ଖବର ମିଳିଥିଲା । ଇନ୍ଦ୍ରାବତୀ ନଦୀ ନିକଟରେ ପୁଲିସ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ଗାଡି ଅଟକିବା ବଦଳରେ ଦ୍ରୁତ ଗତିରେ ସହର ଭିତରେ ମାଡି ଚାଲିଥିଲା । ଦୀର୍ଘ ୩ କିମି ପିଛା କରି ପୁଲିସ ଗାଡିକୁ ନବରଙ୍ଗପୁର ଥାନା ନିକଟରେ ଅଟକାଇଥିଲା । ଯାଞ୍ଚବେଳେ ଗାଡିରୁ ଗଞ୍ଜେଇ ମିଳିଥିଲା । ଖବର ଲେଖା ପର୍ଯ୍ୟନ୍ତ ଜବତ ଗଞ୍ଜେଇ ଓଜନ ହୋଇ ନଥିବା ଡିଏସପି ପ୍ରତୁ୍ୟଷ କୁମାର ମହାପାତ୍ର କହିଛନ୍ତି । ଏସପି ନୀତିନ କୁଶଲକରଙ୍କ ନିଦେ୍ର୍ଧଶରେ ଶ୍ରୀ ମହାପାତ୍ର ସବ୍ଇନ୍ସପେକ୍ଟର ଏସ. ପୂଜାରୀ, ଏଏସଆଇ ଅଶୋର କୁମାର ଦେଓ, କୃଷ୍ଣ ବିଶୋୟୀ, ସାଗର ମାଝି ପ୍ରମୁଖ ଚଢଉରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons