ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ ତାଙ୍କ ବିଶାଳ ହୃଦୟର ପରିଚୟ ଅନେକବାର ଦେଇ ସାରିଛନ୍ତି। କିନ୍ତୁ ଏବେ କରୋନା ଭାଇରସକୁ ନେଇ ସାରା ଦେଶରେ ଜାରି ରହିଥିବା ସଙ୍କଟଜନକ ସ୍ଥିତିରେ ପୁଣିଥରେ ସଲମାନ ଦେଖାଇଛନ୍ତି ତାଙ୍କର ଉଦାର ହୃଦୟର ପରିଚୟ। ତାହା ହେଲା ସଲମାନ କିଛି ଦିନ ତଳେ ଘୋଷଣା କରିଥିଲେ ଲକଡାଉନ କାରଣରୁ କୌଣସି କାମ ମିଳୁନଥିବା ଫିଲ୍ମ ଇଣ୍ଡଷ୍ଟ୍ରୀର ଶ୍ରମିକଙ୍କୁ ସାହାର୍ୟ୍ୟ କରିବେ। ଏହାକୁ ସଲମାନ ଆଜି ପୂରଣ କରିଛନ୍ତି। ସଲମାନ ୧୬ ହଜାର ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୪ କୋଟି ୮୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଛନ୍ତି।
କେବଳ ସେତିକି ନୁହେଁ, ସଲମାନ ଆଗାମୀ ମଇ ମାସରେ ୧୯୦୦୦ ଶ୍ରମିକଙ୍କ ଆକାଉଣ୍ଟକୁ ୫ କୋଟି ୭୦ ଲକ୍ଷ ଟଙ୍କା ଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏଭଳି ଭାବରେ ସଲମାନ ୨ ମାସ ଭିତରେ ଶ୍ରମିକଙ୍କୁ ମୋଟ ୧୦ କୋଟି ୫୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସାହାର୍ୟ୍ୟ କରହିବେ।
ମିଳିଥିବା ଖବର ଅନୁସାରେ, ସଲମାନ ଖାନଙ୍କ ଫିଲ୍ମସ୍ ପ୍ରଡକ୍ସନ ଫେଡେରେସନ୍ ଅଫ୍ ଓ୍ବେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୟିଜଙ୍କ ଜେନେରାଲ ସେକ୍ରେଟାରୀ ଅଶୋକ ଦୁବେଙ୍କୁ ଶ୍ରମିକଙ୍କ ଆକାଉଣ୍ଟ ନମ୍ବର ମାଗିଥିଲେ। ସୋମବାର ୬ ଅପ୍ରେଲରେ ସଲମାନଙ୍କୁ ୧୯୦୦୦ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଦିଆଯାଇଥିଲା। ଏହାପରେ ସଲମାନ ୭ ଅପ୍ରେଲ ସନ୍ଧ୍ୟା ପର୍ୟ୍ୟନ୍ତ ୧୬୦୦୦ ଶ୍ରମିକଙ୍କ ଆକାଉଣ୍ଟରେ ଜଣକ ପିଛା ୩୦୦୦ ଟଙ୍କା ଜାମ କରିଥିଲେ।
Comments are closed, but trackbacks and pingbacks are open.