କନ୍ଧମାଳ ଏସ୍ପିଙ୍କ ମାନବିକତା : ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ରକ୍ତ ଦାନ ଜୀବନ ଦାନ । ଏଭଳି ମହତ କାମ କରିଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କନ୍ଧମାଳ ଏସ୍ପି ପ୍ରତୀକ୍ ସିଂ । ସେ ଜଣେ ୭ ବର୍ଷର ଶିଶୁକୁ ରକ୍ତଆବଶ୍ୟକ ଥିବା ଖବର ପାଇଥିଲେ । ସବୁକାମକୁ ପଛରେ ପକାଇ ମାତ୍ର କିଛି ସମୟରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶିଶୁକୁ ରକ୍ତଦେଇଥିଲେ ।
ଦାରିଙ୍ଗବାଡ଼ି ବ୍ଲକଅନ୍ତର୍ଗତ ସିକରମାହା ଗ୍ରାମର ରାଲୁ ଦିଗାଲଙ୍କ ୭ ବର୍ଷର ଝିଅଅପିନ୍ ସିକଲ୍ସେଲ୍ ରୋଗରେ ପୀଡ଼ିତ । ଗତ ମାସରେ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ।ଆଜିଅପିନଙ୍କୁ ରକ୍ତ ଦିଆଯିବ ବୋଲି ଡାକ୍ତର କହିଥିଲେ । ପରିବାର ଲୋକ ବହୁ ଚେଷ୍ଟା କରିଥିଲେ ମଧ୍ୟ ବି ପଜିଟିଭ୍ ରକ୍ତ ସଂଗ୍ରହ କରିପାରିନଥିଲେ । ରକ୍ତ ଭଣ୍ଡାରରେ ମଧ୍ୟ ବି ପଜିଟିଭ୍ ନଥିଲା । କିପରି ଝିଅର ଚିକିତ୍ସା କରିବେ ଏନେଇ ରାଲୁଙ୍କୁ ବୁଦ୍ଧିବାଟ ଦେଖାଯାଇନଥିଲା । ଏପଟେ ଡାକ୍ତର ତୁରନ୍ତ ରକ୍ତ ଦିଆଯିବ ବୋଲି କହିଥିଲେ । ଏହି ସମୟରେ ଟିମ୍ ହୁ୍ୟମାନିଟିର ମୁଖ୍ୟ ସଂଯୋଜକ ତଥା ଫୁଲବାଣୀ ରକ୍ତଦାନ ସମିତିର ରକ୍ତ ପ୍ରୋତ୍ସାହନକାରୀ ଭି.ଲୋକନାଥ ରାଜୁ ଖବର ପାଇ ଏସ୍ପି ପ୍ରତୀକ ସିଂଙ୍କ ସହ ଯୋଗାଯୋଗ କରିଥିଲେ । ଏସ୍ପି ସମସ୍ତ ବିଷୟ ଜାଣିବା ପରେ ସଙ୍ଗେ ସଙ୍ଗେ ନିଜେ ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତ ଦେଇଥିଲେ । ଏହି ରକ୍ତଅପିନ୍କୁ ଦିଆଯିବା ପରେ ସେ ବିପଦମୁକ୍ତ ରହିଥିବା ଡାକ୍ତର କହିଛନ୍ତି । ଏସ୍ପିଙ୍କ ଏପରି ମାନବିକତା ଦେଖାଇ ପୀଡ଼ିତାଙ୍କ ମୁହଁରେ ହସ ଫୁଟାଇଛନ୍ତି । ପରିବାର ସମେତ ଜନସାଧାରଣ ଏସ୍ପିଙ୍କୁ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ ୩ ମାସ ତଳେ ଏସ୍ପିଙ୍କ ତତ୍ତା୍ୱବଧାନରେ ପୁଲିସ ବିଭାଗ ପକ୍ଷରୁ ରକ୍ତଦାନ ଶିବିରଅନୁÂିତ ହୋଇଥିଲା ଓ ସେତେବେଳେ ଏସ୍ପି ରକ୍ତଦାନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons