ଝାରସୁଗୁଡା: କଫ ସିରପକୁ ନେଇ ନ୍ୟୁଜ୭ର ଷ୍ଟିଙ୍ଗ ଅପରେସନ ପରେ ସମଗ୍ର ପଶ୍ଚିମ ଓଡିଶାରେ ପ୍ରତିଦିନ କଫ୍ ସିରପ ରାକେଟର ପର୍ଦ୍ଦାଫାସ ହେବାରେ ଲାଗିଛି । ଗୁରୁବାର ନିଶା ଇଞ୍ଜେକ୍ସନ ଓ ନିଶା ବଟିକା କାରବାର କରି ଯୁବ ସମାଜକୁ ପଥଭ୍ରଷ୍ଟ କରୁଥିବା ୨ ଜଣଙ୍କୁ ବ୍ରଜରାଜନଗର ପୋଲିସ ଧରିଛି ।
ବ୍ରଜରାଜନଗର ଅଞ୍ଚଳରେ ଯୁବ ସମାଜ ନିଶା ବଟିକା ଓ ନିଶା ବଟିକା ମାୟାରେ ପଦିଥିବା ଜାଣିବା ପରେ ପୋଲିସ ଜାଲ ବିଛାଇଥିଲା । ଏହି କାରବାରରେ ଲିପ୍ତ ବ୍ୟକ୍ତିଙ୍କୁ ଧରିବାକୁ ଗତକାଲି ପୋଲିସର ପାଟ୍ରୋଲିଂ ଚାଲିଥିବା ସମୟରେ ମଣ୍ଡୁଳିଆ ଅଞ୍ଚଳର ବିନୋଦ ସାହୁ ଏକ ବାଇକରେ ଏହି ନିଶା ଔଷଧ ଧରି ଯାଉଥିବା ବେଳେ ଧରାପଡିଥିଲେ । ପୋଲିସ ତା ନିକଟରୁ ୫ ଶହଟି ନିଶା ଇଞ୍ଜେକ୍ସନ ଜବତ କରି ତାକୁ ପଚରାଉଚୁରା କରିବା ପରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ନିକଟସ୍ଥ ଲିପଲୋଇ ଅଞ୍ଚଳର ବିଜୟ ପାତ୍ରଙ୍କ ଠାରୁ ସେ ଏହି ଇଞ୍ଜେକ୍ସନ ଓ ବଟିକା ଆଣି ବିକୁଥିବା କହିଥିଲା ।
ପୋଲିସ ବିନୋଦ ନିଅକଟରୁ ସୁଚନା ପାଇ ଲିପଲୋଇରେ ବିଜୟ ପାତ୍ରଙ୍କ ଔଷଧ ଦୋକାନରେ ଚଢାଉ କରି ବେଆଇନ ଭାବେ ବିକ୍ରି କରୁଥିବା ସୁପ୍ରାଲ୍-୧୦ ନାମକ ୨୮ଶହ ବଟିକା ଓ ସୋପୋର୍-୧୦ ନାମକ ୧୬୦୦ ନିଶା ବଟିକା ଜବତ କରି ସେମାନଙ୍କ ନିକଟରୁ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଜବତ କରି ଗିରଫ କରି କୋର୍ଟ ଚାଲାଣ କରିଛି ।ଝାରସୁଗୁଡା ଜିଲ୍ଲାରେ ଏହି ବ୍ୟବସାୟ ବହୁଳ ଭାବେ ଚାଲୁଥିବାରୁ ଏହି ବେପାରର ସତ୍ତା ଲୋପ କରାଯିବ ବୋଲି ବ୍ରଜରାଜନଗର ଏସଡ୍ଡିପିଓ ଦିଲିପ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।


Comments are closed, but trackbacks and pingbacks are open.