ଭଞ୍ଜନଗର,(ବି.ବି.ନୁ୍ୟଜ୍): ଲଘୁଚାପଜନିତ ଲଗାଣବର୍ଷା କାରଣରୁ କବିସୂର୍ଯ୍ୟନଗର, ଆସିକା, ଶେରଗଡ, ଧରାକୋଟ ଓ ସୋରଡା ବ୍ଲକରେ ଅବସ୍ଥା ସାଂଘାତିକ । ଜନଜୀବନ ପ୍ରଭାବିତ ହୋଇଛି । ରାଜ୍ୟ ପାଣିପାଗ ବିଭାଗରର ସୂଚନା ଅନୁଯାଇ ୨ ଦିନର ଏହି ଲଗାଣ ବର୍ଷାରେ କବିସୂର୍ଯ୍ୟନଗରରେ ସର୍ବାଧିକ ୩୨୮ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଆସିକାରେ ୩୦୭ ମିଲି ମିଟର ଓ ଶେରଗଡରେ ୨୨୩ ମିଲି ମିଟର ବର୍ଷା ହୋଇଛି । ତୁହାକୁ ତୁହା ବର୍ଷା କାରଣରୁ ସୋରଡ଼ା ଜଳଭଣ୍ଡାର ଉଛୁଳୁଛି । ଏଠାରେ ବିପଦ ସଙ୍କେତ ୯୨.୩୧ ମିଟର ରହିଥିବାବେଳେ ଏଠାରେ ୯୨.୩୨ ମିଟର ଜଳ ଗଛିତ ରହିଛି । ପ୍ରତି ସେକେଣ୍ଡରେ ୮.୩୪ କୁମେr ଜଳ ଜଳଭଣ୍ଡାରରୁ ଛଡାଯାଉଛି । ଭଞ୍ଜନଗର ଜଳଭଣ୍ଡାରରେ ୮୨.୦୪ ପ୍ରତିଶତ ଜଳ ଗଛିତ ରହିଥିବାବେଳେ ଡହରେ ୮୪.୮୭ ଜଳ ଗଛିତ ରହିଛି । ବାଘୁଆ ଜଳଭଣ୍ଡାରରେ ମାତ୍ର ୫୦.୬୧ ପ୍ରତିଶତ ଜଳ ଗଛିତ ରହିଥିବା ଜଳସଂପଦ ବିଭାଗ ବନ୍ୟା ନିୟନ୍ତ୍ରଣ କକ୍ଷର ସୂଚନା ଆଧାରରେ ଜଣାପଡିଛି ।
ସୋରଡା ବ୍ଲକର ଉପାନ୍ତ ଗୌଡଗୋଠ ପଞ୍ଚାୟତର ଗୋକୁଳପୁର ଠାରେ ପାତିମା ନଦୀ ଉପରେ ରହିଥିବା କଲଭର୍ଟ ଧୋଇ ହୋଇଯାଇଛି । ୧୦ରୁ ଊଦ୍ଧ୍ୱର୍ ଆଦିବାସୀ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ଏହିସବୁ ଗ୍ରାମକୁ ଯେପରି ଯୋଗାଯୋଗ ସମ୍ଭବ ହୋଇପାରିବ ସେଦିଗରେ ଉଦ୍ୟମ କରିବାକୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଘଟଣାସ୍ଥଳ ପରିଦର୍ଶନ ପରେ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ଧରାକୋଟ ବ୍ଲକର ଜଳିଗାଁ ପାଖରେ ଏକ ଆପ୍ରୋଚ ରୋଡ ଧୋଇଯିବା କାରଣରୁ ୫୯ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତ ୨ ଦିନର ଲଗାଣ ବର୍ଷାରେ ସୋରଡା ବ୍ଲକର ଦୁଇଟି ପୋଲ ଭାସିଯାଇଛି । ବଡଗଡ ନିକଟରେ ଏକ ମାଟି ପୋଲ ଭାସିଯିବା କାରଣରୁ ବଡଗଡ-ବ୍ରହ୍ମପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଗୌଡଗୋଠ ପଞ୍ଚାୟତର ଗୋକୁଳପୁର ଠାରୁ ଗାରୀଗୁଡା ଯିବା ରାସ୍ତାରେ ପାତିମା ନଦୀ ଉପରେ ଏକ କଲଭର୍ଟ ଭାସିଯିବା କାରଣରୁ ନଦୀ ଆରପଟେ ଥିବା ଖାରୀଗୁଡା, ଧନପୁର, ମାଧପୁର, ହସ୍ତିନୀ, ଗୁନାଖା, ଲହରିପୁର ଆଦି ୧୦ଟି ଗ୍ରାମ ବାହ୍ୟଜଗତର ୁ ବିଛିନ୍ନ ହୋଇପଡିଛି । ଭଞ୍ଜନଗର ଉପଜିଲ୍ଲପାଳ ରାଜେନ୍ଦ୍ର ମିଞ୍ଜ ସୋରଡା ବିଡିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଆସିକା ବଡ଼ନଦୀରେ ଏକ ଅଚିହ୍ନା ବ୍ୟକ୍ତିଙ୍କ ଶବକୁ ଭାସିଯାଉଥିବା ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ କର୍ମଚାରୀ । ସେହିପରି ଲଗାଣବର୍ଷା କାରଣରୁ ଅଧିକାଂଶ ବ୍ଲକର ଚାଷଜମିରେ ଏବେ ବର୍ଷାଜଳ ଲହଡି ଭାଙ୍ଗୁଛି । ଧରାକୋଟ ବ୍ଲକ ଜଗନ୍ନାଥପୁର ଶାସନ, ରୁଗୁମୁ, ଓଳମ୍ବା, ଦଶମଇଲି ଆଦି ଗ୍ରାମର ୬୦ ହେକ୍ଟରରୁ ଊଦ୍ଧ୍ୱର୍ ଧାନ ଓ ପନିପରିବା ଫସଲରେ ବର୍ଷାଜଳ ସହ ବାଲିମାଡି ଯାଇଥିବାରୁ ଚାଷୀ କ୍ଷତି ସହିବାକୁ ପଡ଼ିଛି ।
Comments are closed, but trackbacks and pingbacks are open.