୨ ଜଣଙ୍କୁ ହାଣିଦେଲେ, ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
ସମ୍ବଲପୁର, (ବି.ବି.ନୁ୍ୟଜ୍): ଜଣେ ଝିଅକୁ କମେଣ୍ଟ ମରାକୁ କେନ୍ଦ୍ରକରି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଳକ୍ ଡଙ୍ଗରପଡ଼ା ପଞ୍ଚାୟତ ଭଣ୍ଡାରୀମାଲ ଗାଁରେ ରକ୍ତାକ୍ତ ଗୋÂୀ ସଂଘର୍ଷ ଘଟି ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏଥିରେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବୁର୍ଲା ମେଡିକାଲ ନିଆଯାଉଛି । ଏହାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍ ଫୋର୍ସ ଗାଁରେ ମୁତୟନ କରାଯାଇଛି । ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା କୁହାଯାଉଛି । ପୁଲିସ ସୂଚନାନୁସାରେ ଭଣ୍ଡାରୀମାଲ ଗାଁର ନନ୍ଦଲାଲ ଭୋଇଙ୍କ ଝିଅକୁ ଗାଁର କିଛି ଯୁବକ କମେଣ୍ଟ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଗତକାଲି ନନ୍ଦଲାଲ ଅନୁପସ୍ଥିତ ଥିଲେ । ଆଜି ନନ୍ଦଲାଲ ଗାଁକୁ ଫେରିବା ପରେ ସନ୍ଧ୍ୟାରେ ଘଟଣା ସମ୍ପର୍କରେ ଜାଣି ନିଜର କିଛି ସହଯୋଗୀଙ୍କୁ ଧରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲେ । ସେଠାରେ ଅଭିଯୁକ୍ତମାନଙ୍କୁ ଭେଟି ଏନେଇ ପଚରା ଉଚରା କରିଥିଲେ । ଏହାକୁ ନେଇ ସେମାନଙ୍କ କଥା କଟାକଟି ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଅଭିଯୁକ୍ତମାନେ ସିଧା ମାରଣାସ୍ତ୍ରରେ ନନ୍ଦଲାଲ ଗୋÂୀଙ୍କୁ ଆକ୍ରମଣ କରିଥିଲେ । ପ୍ରଥମେ ନନ୍ଦଲାଲଙ୍କୁ ଏକ କାଠ ଗଣ୍ଡିରେ ବାନ୍ଧି ଟାଙ୍ଗିଆରେ ତାଙ୍କ ଗୋଟିଏ ଗୋଡ଼କୁ ଦି’ ଖଣ୍ଡ କରି ହାଣିଦେଇଥିଲେ । ନନ୍ଦଲାଲଙ୍କ ସାଥୀରେ ଯାଇଥିବା ଅନ୍ୟମାନେ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଟାଙ୍ଗିଆରେ ଜିତୁ କୁମୁରା ଓ ଶକ୍ତି କୁମୁରାଙ୍କ ଉପରେ ଚୋଟ ଉପରେ ଚୋଟ ପକାଇଥିଲେ । ଏଥିରେ ଘଟଣା ସ୍ଥଳରେ ଜିତୁକୁମୁରା ଓ ଶକ୍ତିକୁମୁରାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଏଥିରେ ଅନ୍ୟଜଣେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ମଧ୍ୟ ହାତଗୋଡ଼ କଟା ଯାଇଥିବା ପ୍ରକାଶ । ନନ୍ଦଲାଲ ଓ ଅନ୍ୟ ଜଣେ ଆହତଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲ ପଠାଯାଇଛି । ଘଟଣାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ପୁଲିସ ଫୋର୍ସ ସହ ଗାଁରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।
Comments are closed, but trackbacks and pingbacks are open.