କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରେ ଥିବା ବକ୍ସାଇଟ ଖଣି ପାହାଡ କୋଡ଼ିଙ୍ଗାମାଳିକୁ ନେଇ ବିବାଦ ଜଟିଳ ହେବାରେ ଲାଗିଛି । ଆଜି କୋଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚକୁ ବିରୋଧ କରି ମୈତ୍ରୀ କମ୍ପାନି ସପକ୍ଷବାଦୀମାନେ କୋରାପୁଟରେ ଶକ୍ତି ପ୍ରଦର୍ଶନ କରିଛନ୍ତି । କୋରାପୁଟ ଟ୍ରାଫିକ୍ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି । ପଟପାଟଣା ପ୍ରଭାବିତ ହେଲେ ଜୋରଦାର ଆନେ୍ଦାଳନ କରାଯିବ ବୋଲି ସପକ୍ଷବାଦୀ ଚେତାବନୀ ଦେଇଛନ୍ତି ।
ସପକ୍ଷବାଦୀ କହିଛନ୍ତି, କେତେକ ଖଳ ପ୍ରକୃତି ଲୋକ କୋଡ଼ିଙ୍ଗା ସୁରକ୍ଷା ମଞ୍ଚ ଗଠନ କରି କମ୍ପାନି ଠାରୁ ଅର୍ଥ ଦାବି କରି ଆସୁଛନ୍ତି । କମ୍ପାନି ସେମାନଙ୍କ ଦାବି ମୁତାବକ ଅର୍ଥ ଦେଉ ନଥିବାରୁ ବିରୋଧ କରାଯାଉଛି । ଫଳରେ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହେବାରେ ଲାଗିଛି । ସେମାନଙ୍କ ସହ କିଛି ସ୍ୱେଚ୍ଛାସେବୀ ସଙ୍ଗଠନ କମ୍ପାନିକୁ ବିରୋଧ କରୁଛନ୍ତି । ହାତଗଣତି ୧୦ରୁ ୧୫ଜଣଙ୍କ ପାଇଁ କମ୍ପାନି ଦ୍ୱାରା ଉପକୃତ ହେଉଥିବା ଅଞ୍ଚଳବାସୀଙ୍କ ପେଟପାଟଣାରେ ପ୍ରହାର କରାଯାଉଛି । ସପକ୍ଷବାଦୀ ଶରତ ମାଝୀ, ବି.ରାଧାକାନ୍ତ, ସୀମାଞ୍ଚଳ ସାହୁ, ଆର୍.ଏନ୍.ସାହୁ, ପ୍ରଦୀପକୁମାର ସାହୁ, ନୀଳ ମାଝୀ, ପେମା ମାଝୀ ପ୍ରମୁଖଙ୍କ ସହିତ ଅଞ୍ଚଳବାସୀ କୋଡ଼ିଙ୍ଗା ସୁରକ୍ଷା ମଞ୍ଚ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ପାଇଁ ଦାବି କରିଥିଲେ ।
ସୂଚନା ଥାଉକି କୋଡ଼ିଙ୍ଗା ଖଣି ସୁରକ୍ଷା ମଞ୍ଚ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା କାରଖାନା ଓ ଖଣିଖନନ ପାଇଁ କୌଣସି ନିଷ୍ପତ୍ତିି ନବାହାରିବା ପର୍ଯ୍ୟନ୍ତ ଖଣି ଖନନ କାର୍ଯ୍ୟକୁ ବନ୍ଦ ରଖାଯାଉ ବୋଲି ଦାବି କରି ଆସୁଛି । କୋଡ଼ିଙ୍ଗାମାଳି ପର୍ବତରୁ ବାର୍ଷିକ ୩ ମିଲିୟନ ଟନରୁ ୬ମିଳିୟନ ଟନ ଉତ୍ପାଦନ ବୃଦ୍ଧିକୁ ମଞ୍ଚ ବିରୋଧ କରି ଆସୁଛି । ଏଥିପାଇଁ ରାୟଗଡ଼ା ଓ କୋରାପୁଟ ଜିଲ୍ଲା ଜନଶୁଣାଣି ବାତିଲ ହୋଇଥିଲା । କଂସାରିଗୁଡ଼ାଠାରେ ପ୍ରକଳ୍ପ ହେଲେ ଅଞ୍ଚଳବାସୀଙ୍କ ଆର୍ଥିକ, ସାମଜିକ ଉନ୍ନତି ହେବ, ରୋଜଗାର ବୃଦ୍ଧି ପାଇବ ବୋଲି ମଞ୍ଚ ଦାବି କରିବା ସହ ପଲ୍ଲିସଭା ଗ୍ରାମସଭା ଓ ପରିବେଶ ଜନଶୁଣାଣି କରା ନଯାଇ ଖଣିଖନନ ଚାଲିଥିବା ମଞ୍ଚ ଅଭିଯୋଗ କରୁଛି ।
Comments are closed, but trackbacks and pingbacks are open.