ମାଲକାନଗିରି,(ବି.ବି.ନୁ୍ୟଜ୍): ମାଓ ଅପରେସନରୁ ଫେରୁଥିବା ଯବାନଙ୍କ ବସ୍ ନଦୀରେ ଭାସିଗଲା । ଉପସ୍ଥିତ ବୁଦ୍ଧି ଖଟାଇ ବସ୍ ଭିତରୁ ବାହାରି ପହଁରି ଜୀବନ ବଂଚାଇଲେ ୩୦ ଜଣ ଯବାନ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ । ସୌଭାଗ୍ୟରୁ କୌଣସି ଯବାନ ମୃତାହତ ହୋଇ ନଥିବା ବିଜାପୁର ଏସ୍ପି କମଳ ଲୋଚନ କଶ୍ୟପ କହିଛନ୍ତି ।
ସୂଚନା ଅନୁସାରେ, ଡିଆରଜି ଯବାନମାନେ ସୋମବାର ଏକ ବସ୍ରେ ନିକଟସ୍ଥ ଜଙ୍ଗଲକୁ କମ୍ବିଂରେ ଯାଇଥିଲେ । ସର୍ଚ୍ଚ ଅପରେସନ ଶେଷକରି ଫେରୁଥିବା ବେଳେ ବାଟରେ ଏକ ନଦୀ ପଡିଥିଲା । ବର୍ଷା ଯୋଗୁ ନଦୀର ସ୍ରୋତ ପ୍ରଖର ଥିଲା । ଗାଡିଟି ପାଣି ଭିତରେ ପଶି ଯାଇପାରିବ ଭାବି ଚାଳକ ଗାଡିକୁ ଆଗକୁ ଗଡାଇଥିଲେ । କିନ୍ତୁ ହଠାତ୍ ବସ୍ଟି ଭାରସାମ୍ୟ ହରାଇ ପାଣିରେ ଭାସି ଯାଇଥିଲା । କିଛିବାଟ ପରେ ଗାଡିଟି ଓଲଟି ପଡିଥିଲା । ବସ୍ ଭିତରେ ବସିଥିବା ୩୦ ଜଣ ଯବାନ ନିଜକୁ ବଂଚାଇବାକୁ ତୁରନ୍ତ ଗାଡିଭିତରୁ ପାଣିକୁ ଡେଇଁ ପଡିଥିଲେ । ପରେ ପହଁରିପହଁରି ସୁରକ୍ଷିତ ଭାବେ ଆସିଥିଲେ । ସୂଚନା ପାଇ ଘଟଣାସ୍ଥଳରେ ଅଧିକ ସୁରକ୍ଷାବାହିନୀ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
Comments are closed, but trackbacks and pingbacks are open.