କମ୍ ବୟସ୍କଙ୍କ ହୃତ୍ପିଣ୍ଡରେ ଜମୁଛି କୋଲେଷ୍ଟେରୋଲ୍

Get real time updates directly on you device, subscribe now.

ହୃଦ୍ଘାତ ଆଶଙ୍କା କେବଳ ବୃଦ୍ଧାବସ୍ଥାରେ ନୁହେଁ, ବରଂ ଯୁବପିଢ଼ିଙ୍କଠାରେ ବେଶି ଦେଖିବାକୁ ମିଳୁଛି । କମ୍ ବୟସରେ ଲୋକଙ୍କ ହୃତ୍ପିଣ୍ଡକୁ ରକ୍ତ ପ୍ରବାହ କରୁଥିବା ରକ୍ତବାହିକାରେ କୋଲୋଷ୍ଟେରୋଲ୍ ଜମିବା ମାମଲା ଏବେ ବେଶି ସାମ୍ନାକୁ ଆସୁଛି । କେ.ଜି.ଏମ୍.ୟୁ. ଲାରୀ ହୃଦ୍ ବିଭାଗର ଅ୍ମୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ହୃଦ୍ଘାତର ଶିକାର ହୋଇ ଏଠାରେ ଭର୍ତ୍ତି ହୋଇଥିବା ୨୪ଜଣ ଯୁବା ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଛି । ସେମାନଙ୍କ ବୟସ ୨୦-୨୫ ବର୍ଷ ମଧ୍ୟରେ ଥିଲା । ୬ ମାସ ଧରି ଗବେଷକମାନେ ଅଧ୍ୟୟନ କରିଥିଲେ । ଲାରି କାର୍ଡିଓଲୋଜି ବିଭାଗର ଡା. ଗୌରବ ଚୌଧୁରୀ ଓ ଡା. ଶରଦ ଚନ୍ଦ୍ରା ଅଧ୍ୟୟନର ନେତୃତ୍ୱ ନେଇଥିଲେ । ଅଧ୍ୟୟନ ଅନୁସାରେ, ଚର୍ବି ଜମିବା ପ୍ରକ୍ରିୟା ୩୦ ବର୍ଷ ବୟସ ପରେ ଆରମ୍ଭ ହୋଇଥାଏ । ଏହି ପ୍ରକ୍ରିୟା ୨୦-୨୫ ବର୍ଷ ଜାରିରହେ । ତେଣୁ ସନ୍ତୁଳିତ ଜୀବନ ଅତିବାହିତ କଲେ, ହୃଦ୍ଘାତ ଆଶଙ୍କାରୁ ରକ୍ଷା ମିଳିପାରେ । ସନ୍ତୁଳିତ ଓଜନ ସହିତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଉଚିତ । ତେଲ, ଘିଅ ଓ ମସଲା ଜାତୀୟ ଖାଦ୍ୟଠୁ ଦୂରେଇ ରହିବାକୁ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons