କରପଡ଼ା ଓ ଦେଓଖାଳି ଆକ୍ରମଣ ମାମଲା

Get real time updates directly on you device, subscribe now.

ଦିଗପହଣ୍ଡି, (ବି.ବି.ନୁ୍ୟଜ୍): କରପଡ଼ା ଓ ଦେଓଖାଳି ଆକ୍ରମଣ ମାମଲରେ ଆଜି ଦିଗପହଣ୍ଡି ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ସିଟି ବସ୍ଷ୍ଟାଣ୍ଡରୁ ବସ୍ରୁ ସେମାନେ ଓହ୍ଲାଉଥିବା ସମୟରେ ପୁଲିସ ସେମାନଙ୍କୁ କାବୁ କରିଥିଲା । ଗିରଫ ଅଭିଯୁକ୍ତ ହେଲେ ଦେଓଖାଳି ଗ୍ରାମର ଶିବ ପ୍ରଧାନ(୨୦), ରଜିତ ପ୍ରଧାନ(୧୯),କୁନା ପ୍ରଧାନ(୧୯) ଓ ଜଣେ ନାବାଳକ । ଏମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡା, କାତି, ଠେଙ୍ଗାକୁ ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ନିକଟ ଏକ ଜଳଭଣ୍ଡାର ପାଖରୁ ଜବତ ହୋଇଛି । କରପଡ଼ା ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଥାନା କେସ୍ ନଂ ୨୬୧/୧୯ ରଜିତ ପ୍ରଧାନ ଓ କୁନା ପ୍ରଧାନ ଗିରଫ ହୋଇଛନ୍ତି । ଦେଓଖାଳି ଆକ୍ରମଣ ଘଟଣାରେ କେ.ନୂଆଗାଁ ଥାନା କେସ୍ ନଂ୨୫୨/୧୯ ଅନୁଯାୟୀ ଶିବ ପ୍ରଧାନ ଓ ନାବାଳକ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କୁ ବ୍ରହ୍ମପୁର କୋର୍ଟ ଚଲାଣ କରିଛି ପୁଲିସ । ସମ୍ପୃକ୍ତ ନାବାଳକକୁ ଜୁଭେଲାଇନ୍ କୋର୍ଟରେ ହାଜର କରିଥିବା ବଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ରଜିତ ପ୍ରଧାନ ଓ କୁନା ପ୍ରଧାନଙ୍କୁ ଦିଗପହଣ୍ଡି କୋର୍ଟରେ ହାଜର କରିଥିଲେ । କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ୍କୁ ପଠାଇ ଦିଆଯାଇଥିବା ଚିକିଟି ଏସ୍ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୭ ତାରିଖ ଅପରାହ୍ନ ୨ଟାରେ କିଛି ସମୟ ବ୍ୟବଧାନରେ ପୃଥକ୍ ଆକ୍ରମଣ ହୋଇଥିଲା । ପ୍ରଥମେ ଦେଓଖାଳି ଛକରେ ଦୋକାନ କରିଥିବା କୃଷ୍ଣ ସାହୁଙ୍କୁ ଆକ୍ରମଣ କରିବା ପରେ କରପଡ଼ାରେ ବିଜୟ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଥିଲା । ଘଟଣା ଦିନ ଠାରୁ ଅଭିଯୁକ୍ତମାନେ ଫେରାର୍ ହୋଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ଚିକିଟି ଏସ୍ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ତତ୍ତ୍ୱାବଧାନରେ ଦୁଇ ଥାନା ଅଧିକାରୀମାନେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons