‘କରୀନା ବଲିଉଡ୍ର ଗସିପ୍ ଗର୍ଲ’

Get real time updates directly on you device, subscribe now.

୨୦୧୯ରେ ମୁକ୍ତିଲାଭ କରିଥିବା ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨’ ମାଧ୍ୟମରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଳିଥିଲା । ସେହି ବର୍ଷ ମୁକ୍ତିଲାଭ କରିଥିବା ‘ ପତି ପତ୍ନୀ ଔର ୱ’ ବି ତାଙ୍କୁ ସଫଳତା ଆଣିଦେଇଥିଲା । ତା’ ପରଠାରୁ ସୋସିଆଲ ମିଡିଆରେ ଅନନ୍ୟାଙ୍କର ପ୍ରଶଂସକ ସଂଖ୍ୟା ଖୁବ୍ ବଢ଼ିଯାଇଛି । ନିକଟରେ ଏକ ଫିଲ୍ମ ୱେବସାଇଟ୍ ପକ୍ଷରୁ ତାଙ୍କୁ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ୩ ଜଣ ଗସିପ୍ ଗର୍ଲଙ୍କ ସଂପର୍କରେ ପଚରାଯାଇଥିଲା । ଅନନ୍ୟା ତା’ର ଯେଉଁ ଉତ୍ତର ଦେଇଛନ୍ତି ତାହା ଆପଣଙ୍କୁ ନିଶ୍ଚିତ ଭାବେ ଚକିତ କରିବ । ଉତ୍ତରରେ ସେ କରୀନା କପୁର ଖାନ୍, କରନ୍ ଜୋହର ଏବଂ ରଣବୀର କପୁରଙ୍କ ନାଁ ନେଇଛନ୍ତି । ତାଙ୍କ ଅନୁସାରେ ଏହି ୩ ଜଣ ଇଣ୍ଡଷ୍ଟ୍ରିରେ ଘଟୁଥିବା ଟିକିନିଖି ଖବର ଜାଣନ୍ତି ବୋଲି ଲୋକେ କହନ୍ତି । ତେଣୁ ଏମାନେ ଗସିପ୍ ଗର୍ଲ ବୋଲି ସେ ପ୍ରକାଶ କରିଛନ୍ତି । ସେପଟେ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଅନନ୍ୟାଙ୍କୁ ଆଗକୁ ‘ଖାଲିପିଲି’ରେ ଦେଖିବାକୁ ମିଳିବ । ସେଥିରେ ସେ ଇଶାନ୍ ଖ;ରଙ୍କ ବିପକ୍ଷରେ ନଜର ଆସିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons