ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ରହିବା, ଖାଇବା ନିମନ୍ତେ ରାଜ୍ୟ ସରକାର କରେଣ୍ଟଟାଇନ୍ ସେଣ୍ଟରେ ସବୁ ବ୍ୟବସ୍ଥା କରିଛନ୍ତି । ବହୁ ପ୍ରଭାବାସୀ କରେଣ୍ଟଟାଇନ୍ ସେଣ୍ଟରରୁ ଖସି ପଳାଉଛନ୍ତି । ଏପରି ଘଡିସନ୍ଧି ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ । ଏପରି ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସୋମବାର ସତର୍କ କରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ଓ ପରିବାରର ଜୀବନ ସୁରକ୍ଷା ପାଇଁ କରେଣ୍ଟଟାଇନ୍ରେ ରହି ନିୟମ ମାନନ୍ତୁ ବୋଲି ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଓଡ଼ିଶା ଭଲ ସ୍ଥିତିତିରେ ଅଛି, ଲକ୍ଷ ଲକ୍ଷ ଲୋକ ଦିନରାତି କାମ କରୁଛନ୍ତି । ଯେଉଁମାନେ ଫେରୁଛନ୍ତି ସେମାନେ ମଧ୍ୟ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ । ଏହରା ଉଲ୍ଲଙ୍ଘନ ହେଲେ ସରପଞ୍ଚମାନେ ପ୍ରଶାସନକୁ ଅବଗତ କରିବେ । ଆଉ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଲ୍ଲେଖଯୋଗ୍ୟ ଯେ, କେଉଁଠି କରେଣ୍ଟଟାଇନ୍ ସେଣ୍ଟରରୁ ତ କେଉଁଠି ରାଜ୍ୟକୁ ଫେରିବା ବାଟରୁ ପ୍ରବାସୀମାନେ ଖସି ପଳାଇଛନ୍ତି । ଏହାବ୍ୟତୀତ କରେଣ୍ଟଟାଇନ ସେଣ୍ଟରରେ ମଧ୍ୟ ସାମାଜିକ ଦୂରତା ନିୟମ ନ ମାନି ବହୁ ପ୍ରବାସୀ ବିଶୃଙ୍ଖଳିତ ଆଚରଣ ସହ ଫୁଲ୍ ମଜାମସ୍ତିରେ ଦିନ କାଟିଛନ୍ତି । ଏହାଦ୍ୱାରା ସଂକ୍ରମଣର ଆଶଙ୍କା ବଢ଼ିଯାଉଛି । ତେଣୁ ଏପରି ଘଟଣା ସାମନାକୁ ଆସିଲେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବେ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ।
Comments are closed, but trackbacks and pingbacks are open.