ବ୍ରହ୍ମପୁର,(ବି.ବି.ନୁ୍ୟଜ୍): କରେଣ୍ଟଟାଇନ୍ ସେଣ୍ଟର ଛାଡ଼ି ନଯିବାକୁ ପ୍ରବାସୀ ଓଡ଼ିଆଙ୍କୁ ହାତଯୋଡ଼ି ଅନୁରୋଧ କଲେ ଏସ୍ପି । ଆଉ ଏହାର ଏକ ଫଟୋ ଏବେ ସୋଲାଲ୍ ମିଡିଆରେ ଭାଇରାଲ ହେଉଛି । ଏ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ପୁରା ଘଟଣାଟି ଏହିପରି । ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ଜନତା ବିଦ୍ୟାଳୟ ଓ ରାଗପୁର ଆଦର୍ଶ ବିଦ୍ୟାଳୟରେ ହୋଇଥିବା କରେଣ୍ଟଟାଇନ୍ ସେଣ୍ଟରରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ରଖାଯାଇଥିଲା । ହେଲେ ଏହି ସେଣ୍ଟରରେ ଖାଇବା, ପିଇବା ସହିତ ଅନ୍ୟାନ୍ୟ ବିଭିନ୍ନ ଅସୁବିଧା ଅଭିଯୋଗ କରି ରବିବାର ୧୦୦ରୁ ଉଦ୍ଧ୍ୱର୍ ଲୋକ ପଳାଇଥିଲେ । ଫଳରେ ପ୍ରଶାସନର ଚିନ୍ତା ବଢ଼ି ଯାଇଥିଲା । ବୁଝାସୁଝା କରି ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକ ଲୋକଙ୍କୁ ଫେରାଇ ଅଣାଯାଇଥିଲା । ଅନ୍ୟମାନଙ୍କୁ ଖୋଜା ଚାଲିଛି । ଏନେଇ ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍ପି ବ୍ରିଜେଶ ରାୟ ରବିବାର ବେଗୁନିଆପଡ଼ା ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା କରେଣ୍ଟଟାଇନ୍ ସେଣ୍ଟରରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏପରିକି କରେଣ୍ଟଟାଇନ୍ ସେଣ୍ଟର ଛାଡ଼ି ନ ଯିବାକୁ ପ୍ରବାସୀ ଓଡ଼ିଆକୁ ହାତ ଯୋଡ଼ି ନିବେଦନ କରିଥିଲେ ଏସ୍ପି । ଆଉ ଏହି ଫଟୋ ଏବେ ବେଶ୍ ଭାଇରାଲ ହେଉଛି ।
Comments are closed, but trackbacks and pingbacks are open.