କରୋନାରେ ଚାଲିଗଲେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା

Get real time updates directly on you device, subscribe now.

ନିଶ୍ଚିନ୍ତକୋଇଲି : ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ। ମାହାଙ୍ଗାର ପୂର୍ବତନ ବିଧାୟକ ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ବିକ୍ରମ ବର୍ମାଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସାଧୀନ ଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ଜ୍ୱାଇଁ ନିରଞ୍ଜନ ଭୂୟାଁ ସୂଚନା ଦେଇଛନ୍ତି। ବିକ୍ରମ ବର୍ମା ମାହାଙ୍ଗାରୁ ବିଜୁ ଜନତା ଦଳରୁ ୨୦୦୪ରୁ ୨୦୦୯ ପର୍ୟ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ କିଛି ମାସ ଧରି ବର୍ମା ରାଜନୀତିରେ ସକ୍ରିୟ ନଥିଲେ ମଧ୍ୟ ତାଙ୍କର ଅନେକ ଲେଖା, ପ୍ରବନ୍ଧ, କବିତା ବିଭିନ୍ନ ପତ୍ରିକା, ଖବରକାଗଜରେ ପ୍ରକାଶିତ ହେଉଥିଲା। ସେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ବାଲେଶ୍ୱର ସ୍ଥିତ ଖଇରା କଲେଜର ପ୍ରିନସିପାଲ (୧୯୮୦-୮୨) ଥିଲେ। ଏହାପରେ ସେ କଟକରେ ଜେ.ଏନ. କଲେଜରେ ୧୯୮୨ରୁ ୧୯୯୦ ଯାଏ ପ୍ରିନସିପାଲ ଥିଲେ। ଏହା ପରେ ୧୯୯୧ରେ କେନ୍ଦ୍ର ସରକାରଙ୍କ ଠାରୁ ଓଡ଼ିଶା ରାଜ୍ୟ ବିହନ ନିଗମର ଚେୟାରମ୍ୟାନ୍ ଭାବରେ ଦ୍ୱିତୀୟ ଶ୍ରେଷ୍ଠ ଉତ୍ପାଦନ ପୁରସ୍କାର ପାଇଥିଲେ। ୧୯୯୦-୯୫ ଯାଏ ସେ ବିହନ ନିଗମର ଅଧ୍ୟକ୍ଷ ଥିଲେ। ସେ କିଛି ବର୍ଷ କାଜୁ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ୟ୍ୟ କରିଥିଲେ। ବର୍ମାଙ୍କ ନେତୃତ୍ୱରେ ୧୯୯୪ରେ ୟୁନାଇଟେଡ ଟିଟର୍ସ ଆଣ୍ଡ ଏମ୍ପଲୋୟି ସଂଘ ତିଆରି ହୋଇଥିଲା।

ରିପୋର୍ଟ : ଫାଗ୍ଲୁନି ପ୍ରସାଦ ପଣ୍ଡା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons