କରୋନା ପାଇଁ ଗଞ୍ଜାମରେ ୧୪୪ ଧାରା, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Get real time updates directly on you device, subscribe now.

ଗଞ୍ଜାମ: ଗଞ୍ଜାମ ପ୍ରଶାସନ କରୋନା ପାଇଁ ଜିଲ୍ଲାରେ ୧୪୪ ଧାରା ଜାରି କରିଛି। କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସଂକ୍ରମଣ ଆଶଙ୍କାରେ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।
ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
କରୋନାକୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଛି। ଏହି ମାରାତ୍ମକ ଭାଇରସ ୫ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି। ଏବେବି ଏକ ଲକ୍ଷରୁ ଅଧିକ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଭାରତରେ ମଧ୍ୟ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ, ଜିମ୍, ଅଙ୍ଗନବାଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ପୁରୀରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀରୁ ଚିଲିକା, କୋଣାର୍କ ଓ ସାତପଡା ଯିବାକୁ ପର୍ୟ୍ୟଟକଙ୍କୁ ବାରଣ କରାଯାଇଥିଲା। ତେବେ ରବିବାର ପୁରୀରେ ଟାଉନ ବସ ଚଳାଚଳ ବନ୍ଦ କରାଯାଇଛି। ପେଣ୍ଠକଟାରୁ ବଳିଆପଣ୍ଡା ଯାଏଁ ବସ ଚଳାଚଳ ବନ୍ଦ ହୋଇଛି। ଭିଡ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ସେହିପରି ନନ୍ଦନକାନନ, ଖଣ୍ଡଗିରି, ଉଦୟଗିରି ଆଦି ପର୍ୟ୍ୟଟନସ୍ଥଳୀକୁ ବନ୍ଦ ରଖାଯିବା ସହ ବିଶ୍ୱ ପ୍ରସିଦ୍ଧ ସୂର୍ୟ୍ୟ ମନ୍ଦିରରେ ତାଲା ପକାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons