କରୋନା ମୁକାବିଲା ପାଇଁ ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦ ହଜାର ଟଙ୍କା ଦେଲେ ସରପଞ୍ଚ

Get real time updates directly on you device, subscribe now.

ଦଶରଥପୁର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ସରପଞ୍ଚ ଶିଶିର ଧଳ। ଯାଜପୁର ଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଦାସଙ୍କ ଉପସ୍ଥିତିରେ ଶ୍ରୀ ଧଳ କରୋନା ମୁକାବିଲା ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ଶ୍ରୀ ଧଳଙ୍କ ଏଭଳି କାର୍ୟ୍ୟକୁ ପଞ୍ଚାୟତବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ। ଏହା ପୂର୍ବରୁ ମଙ୍ଗଳପୁର ଅଞ୍ଚଳର ଅସହାୟ ଓ ଭୋକିଲା ଜୀବଜନ୍ତୁଙ୍କୁ ଶ୍ରୀ ଧଳ ଖାଦ୍ୟ ବଣ୍ଟନ କରିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଶ୍ରୀ ଧଳ ନୂଆ କରି ନିର୍ବାଚିତ ହୋଇଥିଲେ। ମଙ୍ଗଳପୁର ଅଞ୍ଚଳର କିଛି ସମାଜ ସେବୀଙ୍କ କାନ୍ଧରେ କାନ୍ଧ ମିଳାଇ ଶ୍ରୀ ଧଳ ସବୁ ବିପର୍ୟ୍ୟସ୍ତ ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି।
କରୋନା ପ୍ରକୋପରେ ସାରା ବିଶ୍ବ ଆତଙ୍କିତ। ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାର ଲାଗିଛି। କରୋନା ବିରୋଧରେ ରାଜ୍ୟବାସୀ ଏକଜୁଟ ହୋଇ ଲଢ଼େଇ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons