କରୋନା ମୁକାବିଲା: ୩ଟି ଜୋନ୍‌ରେ ବିଭକ୍ତ ହେବ ଦେଶ,୧୭୦ ହଟ୍‌ସ୍ପଟ୍ ଓ ୨୦୭ ନନ୍ ହଟ୍‌ସ୍ପଟ୍ ଘୋଷିତ

Get real time updates directly on you device, subscribe now.

ନୂଆଦିଲ୍ଲୀ : କେନ୍ଦ୍ର ସରକାର କରୋନା ଭାଇରସ୍‌ କାରଣରୁ ଦେଶରେ ଲାଗୁ ଦ୍ଵିତୀୟ ଲକ୍‌ଡାଉନ୍‌ ପାଇଁ ବୁଧବାର ନୂତନ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ଵାଲ ଦୈନନ୍ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରତ୍ୟେକ କେସ୍‌ ଉପରେ କଡା ନଜର ରଖାଯାଇଛି। ସମସ୍ତ ରାଜ୍ୟଙ୍କୁ ବିପର୍ୟ୍ୟୟ ପରିଚାଳନା ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ରାଜ୍ୟକୁ ଅଲଗା କୋଭିଡ୍-୧୯ ହସ୍ପିଟାଲ ପ୍ରତିଷ୍ଠା କରିବାକୁ କୁହାଯାଇଛି। ଏହା ସହିତ ଦେଶର ଜିଲ୍ଲାଗୁଡିକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ଵାଲ।
ଲଭ୍ ଅଗ୍ରଓ୍ଵାଲ କହିଛନ୍ତି କରୋନା ହଟ୍‌ସ୍ପଟ୍ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ କଡା ନଜର ରଖାଯିବ। ଶ୍ଵାସ ଜନିତ ସବୁ ରୋଗୀଙ୍କ ନମୂନା ପରୀକ୍ଷଣ କରାଯିବ। କଣ୍ଟେନମେଣ୍ଟ ଜୋନ୍ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯିବ। ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯିବ ଯେ, ସେମାନେ କୋଭିଡ୍-୧୯ ପାଇଁ ଏକ ବିପର୍ୟ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରନ୍ତୁ। ଏମିତି ନହେଉ ଗୋଟିଏ ତ୍ରୁଟି ପୂରା ଦେଶ ପାଇଁ ଅସଫଳତାର କାରଣ ନହେଉ। ଏଥିପାଇଁ ଜରୁରୀ ଏହା ଯେ, କଣ୍ଟେନମେଣ୍ଟ ପ୍ଲାନ ପୂରା ଦେଶରେ ପ୍ରତ୍ୟେକ ଜିଲ୍ଲାରେ ସମାନ ଭାବେ ଲାଗୁ କରାଯାଉ।ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, କୋଭିଡ୍ ଡେଇକେଟିଡ୍ ହସ୍ପିଟାଲ, ମାଇଲ୍ଡ କେସ୍ ପାଇଁ କୋଭିଡ୍ କେୟାର ସେଣ୍ଟର ଓ ଗମ୍ଭୀର ମାମଲା ପାଇଁ କୋଭିଡ୍‌ ହେଲ୍‌ଥ ସେଣ୍ଟର, ସଙ୍କଟାପନ୍ନ ମାମଲା ପାଇଁ ଭେଣ୍ଟିଲେଟର ଉପଲବ୍ଧ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ରଓ୍ଵାଲ କହିଛନ୍ତି ଯେ, ଦେଶର ଜିଲ୍ଲାଗୁଡିକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯିବ। ଯେଉଁଠି କରୋନାର ମାତ୍ରା ଅଧିକ ରହିଛି ହଟ୍‌ସ୍ପଟ୍‌ ଜିଲ୍ଲା, ନନ-ହଟ୍‌ସ୍ପଟ୍ ଜିଲ୍ଲା (ଯେଉଁଠି କରୋନା ଚିହ୍ନଟ ହେଉଛି) ଓ ଗ୍ରୀନ ଜୋନ ଜିଲ୍ଲା(ଯେଉଁଠି କୌଣସି ମାମଲା ନାହିଁ)ରେ ବିଭକ୍ତ କରାଯିବ। ସେହି ଜିଲ୍ଲାକୁ ହଟ୍‌ସ୍ପଟ୍ ଜୋନ୍‌ କରାଯିବ, ଯେଉଁଠି ଅଧିକ ମାମଲା ଆସୁଛି କିମ୍ବା ସଂକ୍ରମିତ ସଂଖ୍ୟା ବଢୁଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦେଶରେ ୧୭୦ ଜିଲ୍ଲା ହଟ୍‌ସ୍ପଟ୍‌ ଓ ୨୦୭ ନନ ହଟ୍‌ସ୍ପଟ୍ ଘୋଷିତ କରିଥିବା ସେ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମନରେଗା ଆଧାରରେ କାମ ଆରମ୍ଭ କରାଯିବ। କୃଷି କ୍ଷେତ୍ରର ସମସ୍ତ କାର୍ୟ୍ୟ ଆରମ୍ଭ କରାଯିବ। ଏହା ସହିତ ଚାଷ, ବଗିଚା, ପଶୁପାଳନରେ କୋହଳ କରାଯିବ। ମାତ୍ର ଏହି ସବୁ କାମ କରିବା ବେଳେ ସାମାଜିକ ଦୂରତ୍ଵ ପାଳନ କରିବା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons