କରୋନା ସ୍ଥିତିକୁ ଦେଖି ଆଗୁଆ ପଦକ୍ଷେପ, କଟକରେ ପହଞ୍ଚିଲା ସ୍ୱତନ୍ତ୍ର କୋଭିଡ-୧୯ ଟ୍ରେନ୍‌

Get real time updates directly on you device, subscribe now.

କଟକ : ଦେଶରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । କରୋନାରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବିଭିନ୍ନ ପଦେକ୍ଷେପ ନିଆଯାଉଛି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପଦକ୍ଷେପମାନ ନିଆଯାଉଛି । ବର୍ତ୍ତମାନ ସୁଦ୍ଧାରେ ସାରାଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୪୫୦ ଅତିକ୍ରମ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ପାର ହୋଇସାରିଛି । ସେହିପରି ଓଡିଶାରେ କରୋନା ସ୍ଥିତିକୁ ଦେଖି ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । କରୋନା ମୁକାବିଲାରେ ପୂର୍ବତଟ ରେଳବାଇ ମଧ୍ୟ ଅନେକ ସହଯୋଗ କରିଆସୁଛି । ରାଜ୍ୟରେ କରୋନା ମୁକାବିଲା ପାଇଁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି ସ୍ୱତନ୍ତ୍ର କୋଭିଡ ୧୯ ଟ୍ରେନ ।ପୂର୍ବତଟ ରେଳବାଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର କୋଭିଡ-୧୯ ଟ୍ରେନ୍‌ଟି ଆସି କଟକ ରେଳ ଷ୍ଟେସନରେ ପହଞ୍ଚିଛି । ଟ୍ରେନ୍‌ରେ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ରହିଛି । ଆବଶ୍ୟକ ପଡିଲେ ଟ୍ରେନ୍‌ ମଧ୍ୟରେ କରୋନା ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରାଯିବ । ଟ୍ରେନ୍‌ରେ ଆଇସୋଲେସନ୍‌ କୋଠରୀର ବ୍ୟବସ୍ଥା କରାଯାଇଛି । ଏହି ସ୍ୱତନ୍ତ୍ର କୋଭିଡ-୧୯ ଟ୍ରେନ୍‌ରେ ଅନେକ ଡାକ୍ତରୀ ସୁବିଧା ମାନ ରଖାଯିବ ବୋଲି ସୂଚନା ରହିଛି । ଗୋଟିଏ ବଗିରେ ଆଠ ଜଣ ରହିବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons