କରୋନାମୁକ୍ତ ହେଲା ଜଗତସିଂହପୁର ଜିଲ୍ଲା ଓ ଭୁବନେଶ୍ୱର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନାମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର ଓ ଜଗତସିହଂପୁର ଜିଲ୍ଲା । ଏଠାରେ ଆଉ କରୋନାର ଗୋଟିଏ ହେଲେ ଆକ୍ଟିଭ୍ କେସ୍ ନଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ୩ ଆକ୍ରାନ୍ତଙ୍କ ଡିସ୍ଚାର୍ଜ ପରେ ଭୁବନେଶ୍ୱର ଏହି ମହାମାରୀରୁ ମୁକ୍ତି ପାଇଥିବା ବେଳେ ଜଗତ୍ସିଂହପୁର ଜିଲ୍ଲାରେ ବି ଆକ୍ରାନ୍ତ ହୋଇଥିବା ୫ ଜଣ ଯାକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଉ ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଗଂଜାମର ସର୍ବାଧିକ ୪୦ ଜଣ ଅଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାର ସମସ୍ତ ୫ ଆକ୍ରାନ୍ତ , ମୟୁରଭଞ୍ଜର ୪ ଓ ଭୁବନେଶ୍ୱରର ୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ବ୍ୟତୀତ ବଲାଙ୍ଗିରର ୨ ଜଣ, ସୁନ୍ଦରଗଡ଼, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଜଗତ୍ସିଂହପୁରର ସମସ୍ତ ୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଏନେଇ ଖୋଦ୍୍ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଜଗତସିଂହପୁରରୁ ଚିହ୍ନଯ ୫ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସୁରଟରୁ ଫେରିଥିବା ବେଳେ ବୃଧ ଜଣକ କୋଲକାତାରୁ ଫେରିଥିଲେ । କୋରନା ଚିହ୍ନଟ ପରେ ସେମାନଙ୍କୁ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସୁସ୍ଥ ହୋଇ ସମସ୍ତେ ଘରକୁ ଫେରିବା ପରେ ଜିଲ୍ଲାବାସୀ ବେଶ୍ କୁସି ଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons